ରେଲୱେ ଲାଇନ ମଝିରୁ ରେଲୱେ ପୁଲିସ ଜଣେ ମହିଳାଙ୍କ ମୃତଦେହ ଜବତ

👇समाचार सुनने के लिए यहां क्लिक करें

ବରଗଡ଼୦୪/୦୫:(ସିଧାସମ୍ବାଦ); ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହଲ ରେଲୱେ ଲାଇନ ମଝିରୁ ରେଲୱେ ପୁଲିସ ଜଣେ ମହିଳାଙ୍କ ମୃତଦେହ ଜବତ । ମୃତ ମହିଳା ଜଣକ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଟିଗାଁର ସନୋଷିନୀ(୪୫) ବୋଲି ଜଣାପଡ଼ିଛି। ସ୍ବାମୀଙ୍କ ସହିତ ସନ୍ତୋଷିନୀଙ୍କର ଶନିବାର ସନ୍ଧ୍ୟାରେ କୌଣସି କାରଣରୁ ଝଗଡ଼ା କରି ଘରୁ ଚାଲିଆସିଥିଲେ। ଏହାକୁ କେନ୍ଦ୍ର କରି ସେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ । ବରଗଡ଼ ରେଲୱେ ପୁଲିସର ଏସଆଇ ଦୁଃଖନାଶନ କୁମରା ଓ ସମ୍ବଲପୁର ରେଳୱେ ପୁଲିସର ଦୁଷ୍ମନ୍ତ ନାଏକ, କନଷ୍ଟେବଳ ସୋନୁଶ୍ରୀ ରାଉତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଖବରପାଇ ମୃତ ମହିଳାଙ୍କ ପୁଅ ଅନନ୍ତ ଓ ମାମୁ ଅଚ୍ୟୁତ ମହାପାତ୍ର ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ଏହା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

Sidha Sambad
Author: Sidha Sambad

Leave a Comment

और पढ़ें