ଦୃଘଟଣାରେ ମୃତକଙ୍କ ପରିବାରବର୍ଗଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ଭାପୁର ବ୍ଳକ ଅଧକ୍ଷା ସାବିତ୍ରୀ ପ୍ରଧାନ

👇समाचार सुनने के लिए यहां क्लिक करें

ଖଣ୍ଡପଡା ବ୍ଲକର ବଳଭଦ୍ରପ୍ରସାଦ ପଞ୍ଚାୟତ ଅଧିନ ନୂଆପଡା ଗ୍ରାମର ପବିତ୍ର ସାହୁ (୩୫) ଙ୍କର ଗତ ଅପ୍ରେଲ ୨୫ ତାରିଖରେ ଦୁର୍ଘଟଣାରେ ଅକାଳ ମୃତ୍ୟୁ ହୋଇଥିଲା। ଏକମାତ୍ର ରୋଜଗାରକ୍ଷମ ବ୍ଯକ୍ତିଙ୍କ ଅକାଳ ବିୟୋଗରେ ପରିବାରବର୍ଗ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକପ୍ରକାଶ ପାଇଥିଲା। ଦୁର୍ଘଟଣା ସଂପର୍କରେ ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ଓ ଉପାଧକ୍ଷ ବେଣୁଧର ପ୍ରଧାନ ଅବଗତ ହେବା ପରେ ଗଭିର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଗ୍ରାମରେ ମଙ୍ଗଳବାର ପହଂଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତ ପ୍ରକାଶଙ୍କ ୨ ଝିଅ ପ୍ରିୟଙ୍କା ସାହୁ (୭) ଓ ପଦ୍ମିନୀ ସାହୁ (୫)ଙ୍କ ଭବିଷ୍ୟତ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ଜଣାଯାଇଛି। ଭାପୁର ବ୍ଳକ ଅଧ୍ୟକ୍ଷା ଓ ଉପାଧକ୍ଷଙ୍କ ଏଭଳି ମହତ କାର୍ଯ୍ଯକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।ଖଣ୍ଡପଡା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ବ୍ଲକ ବିଜେଡ଼ି ସଭାପତି ସମାଜସେବୀ ଅଖିଳ କୁମାର ପଣ୍ଡା, ଯୁବ ସଂଗଠକ ବୁଲୁ ଦାଶ, ପଞ୍ଚାୟତ ବିଜେଡ଼ି ସଭାପତି ମାନସ ପ୍ରଧାନ, ପବିତ୍ର ସାହୁ, ପୂର୍ବତନ ସଭାପତି ବୈକୁଣ୍ଠ ସାହୁ, ନାଏବ ସରପଞ୍ଚ ରମେଶ ସାହୁ, ବରିଷ୍ଠ କର୍ମୀ କାଶୀନାଥ ସାହୁ, ଲଡୁକିଶୋର ସାହୁଙ୍କ ସମେତ ଖଣ୍ଡପଡ଼ା ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें