ଶବ ରଖି ଜାତୀୟ ରାଜପଥ .

👇समाचार सुनने के लिए यहां क्लिक करें

ଶବ ରଖି ଜାତୀୟ ରାଜପଥ ଅବରୋଧ
ବୋଲଗଡ (ସିଧା ସମ୍ବାଦ)ଖୋର୍ଦ୍ଧା ନୟାଗଡ଼ ଜାତୀୟ ରାଜପଥ ୫୭କୁ ବିନୋଦ ପଡା ଠାରେ ଗ୍ରାମବାସୀ ଅବରୋଧ କରିଛନ୍ତି. ଘଟଣାରୁ ପ୍ରକାଶ ଗତ ଦୁଇଦିନ ପୂର୍ବେ ବିନୋଦପଡା ଠାରେ ଏକ ସଡ଼କ ଦୁର୍ଘଟଣା ରେ ନିକଟସ୍ଥ ଡିହଗାଁ ଗ୍ରାମର ଜଣେ ଯୁବକ ଗୁରୁତର ହୋଇଥିଲେ. ଆଜି ସେହି ଯୁବକଙ୍କର ମୃତ୍ୟୁ ଘଟିଛି. ସ୍ଥାନୀୟ ଗ୍ରାମବାସୀ ଶବକୁ ଜାତୀୟ ରାଜପଥ ଉପରେ ରଖି ଅପରାହ୍ନ ୨ଟା ବେଳେ ରାସ୍ତା ଅବରୋଧ କରିଥିଲେ. ତୁରନ୍ତ ରାଜସୁନାଖଳା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିଥିଲେ. ପରେ ରଣପୁର ଥାନା ଅଧିକାରୀ ତହସିଲଦାର ପହଂଚି ବୁଝାସୁଝା କରିଥିଲେ. ରେଡ଼କ୍ରସରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେବାପରେ ଅବରୋଧ ହଟି ଯାଇଛି. ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି.

Sidha Sambad
Author: Sidha Sambad

Leave a Comment

और पढ़ें