ବାଣିଜ୍ଯ ବିଭାଗରେ ସିଧାମୂଳା ଗ୍ରାମର ଛାତ୍ରୀ ଓଡିଶା ଟପ୍ପର।
ସୁଚନା ଅନୁସାରେ ନୟାଗଡ଼ ଜିଲ୍ଲା (ସିଧା ସମ୍ବାଦ)+୨ ବାଣିଜ୍ଯ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ପ୍ରକାଶିତ ଫଳାଫଳ ଅନୁଯାୟୀ ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳା ଗ୍ରାମର ଛାତ୍ରୀ ସ୍ବର୍ଣ୍ଣରେଖା ମନ୍ତୀ ବାଣିଜ୍ଯରେ ସର୍ବାଧିକ ୫୭୯ ନମ୍ବର ରଖି ଓଡିଶା ଟପ୍ପର ହୋଇଥିବା ଜଣାଯାଇଛି। ଛାତ୍ରୀଙ୍କ ଏହି ବିଶେଷ ସଫଳତାକୁ ନେଇ ସିଧାମୂଳା ଗ୍ରାମବାସୀଙ୍କ ସମେତ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଜନସାଧାରଣ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି। ବିଭିନ୍ନ ମହଲରୁ ଛାତ୍ରୀଙ୍କ ନିକଟକୁ ଏବେ ଅଭିନନ୍ଦନ ସୁଅ ଛୁଟିବାରେ ଲାଗିଛି। ଛାତ୍ରୀ ଜଣକ ସିଧାମୂଳା ଗ୍ରାମର ସୁଦର୍ଶନ ମନ୍ତ୍ରୀଙ୍କ ଝିଅ ବୋଲି ଜଣାପଡିଛି। ରିପୋର୍ଟର ବିଷ୍ଣୁ ପ୍ରସାଦ ମହାନ୍ତି। (ସିଧା ସମ୍ବାଦ)




