ମାଗଣା ମୋତିଆବିନ୍ଦୁ ଚିହ୍ନଟ ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ |

👇समाचार सुनने के लिए यहां क्लिक करें

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଓ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ |

ନୀଳଗିରି, ୨୪/୫(ସିଧାସମ୍ବାଦ); ଆଜି ଶିଶିର ମହାପାତ୍ର ଫାଉଣ୍ଡେସନ ଏବଂ ବାଲେଶ୍ୱର ଲାୟନସ୍ ଆଇ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଏବଂ ଅସ୍ତ୍ରୋପଚାର ଶିବିର ପୋଷ୍ଟ ଅଫିସ ପାଖ ଅଲ ସିଜିନ ସ୍ପୋର୍ଟ୍ସ କ୍ଲବ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରରେ ୬୮ ଜଣ ଚକ୍ଷୁ ଜନିତ ରୋଗୀ ପରୀକ୍ଷା ପାଇଁ ଆସିଥିବା ବେଳେ ଉପସ୍ଥିତ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା ନିରୀକ୍ଷା କରିଥିଲେ | ସେଥି ମଧ୍ୟରୁ ୨୮ ଜଣ ରୋଗୀଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ତାଙ୍କୁ ଅସ୍ତ୍ରପ୍ରଚାର ପାଇଁ ବାଲେଶ୍ୱରକୁ ପଠାଯାଇଥିଲା। ଉକ୍ତ ଶିବିରକୁ ଶିଶିର ମହାପାତ୍ର ଫାଉଣ୍ଡେସନ ର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ,ଏନଏସି ୬ ନମ୍ବର ୱାର୍ଡ କାଉନସିଲର ପ୍ରତାପ ସେଠୀ, ସମାଜସେବୀ ନିଗମ ରାଉତ,ଜଗନ୍ ରାଉତ ,ଭରତ ଦାସ ,ରମେଶ ଚନ୍ଦ୍ର ପାତ୍ର , ଭାସ୍କର ବିଶ୍ୱାଳ ,ଦେବାଶିଷ ଦାସ ଏବଂ ଚିନ୍ମୟ ଶରଣ ରାଉତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें