ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତିବିଭୂତି ଭୂଷଣ କରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ଭୂଇଁତଳା ଥାନା ଅନ୍ତର୍ଗତ କୋଲଥପାଲି ଠାରେ ବରିଷ୍ଠ ସାମ୍ବାଦିକ ବିଜୟ ପ୍ରଧାନଙ୍କ ହାତ ଗୋଡ ବାନ୍ଧି ବର୍ବୋରୋଚିତ ଆକ୍ରମଣ ଘଟଣାକୁ ପ୍ରତିବାଦ କରିବା ସହିତ ନ୍ୟାୟ ପ୍ରଦାନ ଦାବୀରେ ବାଲେଶ୍ଵର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବାଲେଶ୍ଵର ଜିଲ୍ଲାପାଳ ମୟୂର ସୂର୍ଯ୍ୟ ବଂଶୀଙ୍କୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଗଲା। ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂଘର ବରିଷ୍ଠ ଉପଦେଷ୍ଟା ରାଜାରାମ ଦାସ, ସଭାପତି ଲୋକନାଥ ଦଳେଇ, ଉପସଭାପତି ଆତ୍ମାନନ୍ଦ ଦାସ, ସଂଗଠନ ସମ୍ପାଦକ ଭଗବାନ ଦାସ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରାୟ, ଜିଲ୍ଲା କମିଟି ସଭ୍ୟ ବିଜୟ ପ୍ରଧାନ, ଲୋକନାଥ ପରିଡ଼ା, ନିହାର ରଞ୍ଜନ ଜେନା, ଅମିତ୍ ବଳିୟାରସିଂହ, ପ୍ରମୋଦ କୁମାର ଶିଅଳ, ଶିଶିର ରାୟ, ମହେଶ ମଲ୍ଲିକ, ମନୋରଞ୍ଜନ ମହାନ୍ତି, କପିଳ ସାମଲ ,ବିକର୍ତନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
u




