“ଭାବାନ୍ତର”ର ପ୍ରିମିୟର ଶୋ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ ନିର୍ମିତ ସିନେମା , “ଭାବାନ୍ତର”ର ପ୍ରିମିୟର ଶୋ ଅନୁଷ୍ଠିତ ,ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ | ଶ୍ରୀତମ ,ଶ୍ରାବଣୀ ଓ ମିଲନ ତିନୋଟି ଚରିତ୍ରକୁ ନେଇ ଗତିଶୀଳ ହୋଇଛି ସିନେମା। ଶ୍ରୀତମ ,ଶ୍ରାବଣୀ ପରିସ୍ଥିତିରେ ପଡି ବାହାହୋଇ ଥିଲେ ମଧ୍ୟ ମିଲନକୁ ଭଲ ପାଇବା ଯୋଗୁ ଶ୍ରାବଣୀ ଓ ଏମାନଙ୍କ ସମ୍ପର୍କରେ ତିକ୍ତତା ଆସିଛି। ତ୍ୟାଗ ,ଭଲ ପାଇବା ,ପ୍ରେମ ଓ ବିରହର ବେଦନାକୁ ଦେଖିବାକୁ ପାଇଛନ୍ତି ଦର୍ଶକ।”ଭାବାନ୍ତର “ଏକ ଭିନ୍ନ ସ୍ୱାଦର କାହାଣୀ ବୋଲି କହିଛନ୍ତି ନାୟିକା ସୂର୍ଯ୍ୟମୟୀ । ସିନେମାରେ ଅଭିଷେକ ,ସୂର୍ଯ୍ୟମୟୀ ,ସରୋଜ ନନ୍ଦ ,ରବି ତ୍ରିପାଠୀ ,ବିନାୟକ ମିଶ୍ର ,ମମତା ସାହୁ ଓ ପ୍ରିୟା ବିଶୋଇ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାରେ ପ୍ରଯୋଜକ ,ନିର୍ଦ୍ଦେଶକ ,ସଂଳାପ ଅନନ୍ତ ମହାପାତ୍ର ହୋଇଥିବାବେଳେ ଧ୍ରୁବାନନ୍ଦ ପଣ୍ଡା ସିନେମାଟୋଗ୍ରାଫର ଅଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें