କିଏ ପିନ୍ଧିବ ଏଥର ବିଜୟ ମୁକୁଟ

👇समाचार सुनने के लिए यहां क्लिक करें

ମାତ୍ର ୧୪ ବର୍ଷ ବୟସରେ ସର୍ବକନିଷ୍ଠ ଖେଳାଳୀ ଭାବେ ଆଇପିଏଲରେ ପଦାର୍ପଣ କରିବା ଓ ମାତ୍ର ୩୫ଟି ବଲରୁ ଦ୍ରୁତ ଶତକ ହାସଲ କରି ସମସ୍ତଙ୍କ ମନ ଜିଣିନେଇଥିଲେ ବୈଭବ । ଛକା ଚୌକାର ବର୍ଷା କରି ବୋଲରଙ୍କ ହୋସ୍ ଉଡାଇଦେଇଥିଲେ ଏହି ୟଙ୍ଗ ଷ୍ଟାର୍ । ଆଇପିଏଲର ଏହି ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଶୁକ୍ରବାର ଆଉ ଏକ ସ୍ମରଣୀୟ ଦିନ ହୋଇଛି । ପାଟନା ବିମାନବନ୍ଦରରେ ବୈଭବ ଏବଂ ତାଙ୍କ ପରିବାରଲୋକଙ୍କୁ ଭେଟିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଭବଙ୍କ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଲେଖିଛନ୍ତି, “ପାଟନା ବିମାନବନ୍ଦରରେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାରକୁ ଭେଟିଲି । ତାଙ୍କ କ୍ରିକେଟିଂ କ୍ଷମତା ଦେଶବ୍ୟାପୀ ଚର୍ଚ୍ଚାରେ ରହିଛି । ବୈଭବଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।” ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ମୋଦୀଙ୍କ ସହ କରମର୍ଦ୍ଦନ କରିବାର ଫଟୋ ବି ଭାଇରାଲ ହୋଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें