ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅବସରକାଳୀନ ସଭା ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅବସରକାଳୀନ ସଭା ଅନୁଷ୍ଠିତ।
ନୀଳଗିରି-୩୧/୫(ସିଧାସମ୍ବାଦ);
ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଶ୍ରୀ ପଣ୍ଡାଙ୍କ ପୌରୋହିତ୍ୟରେ ଶିକ୍ଷା କର୍ମଚାରୀ ଶ୍ରୀଯୁକ୍ତ ଆଦିକନ୍ଦ ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦୀପ୍ତିକାନ୍ତ ମହାପାତ୍ର , ପୂର୍ବ ପରିଚାଳନା କମିଟିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସଦାଶିବ ରଥ, ଯୁକ୍ତଦୁଇ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସାହୁ, ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ହେମନ୍ତ ବେହେରା, ବରିଷ୍ଠ ଅଧ୍ୟାପିକା ମମତା ବରାଳ, ରାଜଶ୍ରୀ ବେହେରା , ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ କିଶୋର ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଆଦିକନ୍ଦ ମହାପାତ୍ରଙ୍କ କର୍ମମୟ ଜୀବନର ଗୁଣଗାରିମା ବଖାଣିଥିବା ସହ ଭବିଷ୍ୟ ଜୀବନ ସୁଖମୟ ହେଉବୋଲି ପ୍ରକାଶ କରିଥିବାବେଳେ ଅଧ୍ୟାପକ ସତ୍ୟରଞ୍ଜନ ମିଶ୍ର, ସଞ୍ଜୟ ପତି, ଡ. ହରିପଦ ଦାଶ, ଅଞ୍ଜନ କୁମାର ଦାସ, ସପ୍ରେମ ଦାସ, ଡ. ପ୍ରଦୀପ୍ତ କୁମାର ମିଶ୍ର, ଅଧ୍ୟାପିକା ମଣିମାଳା ବିଶ୍ଵାଳ, ସୁଷମା ସିଂହ, ମମତା ପ୍ରିୟଦର୍ଶିନୀ ସାହୁ, ନିରୁପମା ନାୟକ,ଗ୍ରାନ୍ଥଗାରିକ ଭାସ୍କର ବିଶ୍ଵାଳ, ପ୍ରସନ୍ନ ମହାପାତ୍ର,କାର୍ଯ୍ୟାଳୟ ପ୍ରମୁଖ ବ୍ରହ୍ମାନନ୍ଦ ଗିରି ପ୍ରମୁଖ ଶ୍ରୀଯୁକ୍ତ ମହାପାତ୍ରଙ୍କ ୩୨ ବର୍ଷର କର୍ମମୟ ଜୀବନ ସମ୍ପର୍କରେ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଡ. ହରିପଦ ଦାଶ ବେଦପାଠ କରିଥିବାବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବରିଷ୍ଠ ପ୍ରାଧ୍ୟାପକ ସୌରଭ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ । ଉକ୍ତ ସଭାରେ+୨ ଜୁନିଅର ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିବାବେଳେ+୩ ଡିଗ୍ରୀ ମହାବିଦ୍ୟାଳୟର ମଧ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ମହାପାତ୍ରଙ୍କୁ ମହାବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଦ୍ବାରା ମାନପତ୍ର, ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅଧ୍ୟାପିକା ମୌସୁମୀ ଭୋଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें