ଖାନ୍ ସାର୍ କ୍ଲାସ୍ କରିବା ସମୟରେ ହିଁ ତାଙ୍କ ବାହାଘର ନେଇ ଖୁଲାସା

👇समाचार सुनने के लिए यहां क्लिक करें

ନୀଳଗିରି, 3/୬(ସିଧାସମ୍ବାଦ)ଖାନ୍ ସାର୍, ନିଜ ବାହାଘର ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାକୁ ଫେରିଛନ୍ତି ।
ଖାନ୍ ସାର୍ ବାହା ହେବା ନେଇ ଖବର ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ, ଏବେ ଚର୍ଚ୍ଚା ହେଉଛି ଖାନ୍ ସାର୍ କାହାକୁ ବାହା ହେଇଛନ୍ତି ? କେଉଁ ଝିଅକୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଏହି ଚର୍ଚ୍ଚିତ ଶିକ୍ଷକ ।ମିଳିପାରିନି । ଏମିତି କି ଇନଷ୍ଟାଗ୍ରାମଠୁ ଆରମ୍ଭ କରି, ଟ୍ବିଟର ପର୍ଯ୍ୟନ୍ତ ସବୁଠି ଏହି କଥାକୁ ନେଇ ଚର୍ଚ୍ଚା ହେଉଥିଲେ
ଯେତେବେଳେ ଭାରତ-ପାକ୍ ଭିତରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା, ସେହି ସମୟରେ ବାହା ହୋଇଛନ୍ତି ଖାନ୍ ସାର୍ ।ଖାନ୍ ସାର୍ କ୍ଲାସ୍ କରିବା ସମୟରେ ହିଁ ତାଙ୍କ ବାହାଘର ନେଇ ଖୁଲାସା କରିଛନ୍ତି । ପିଲାଙ୍କ ସାମ୍ନାରେ ଠିଆ ହୋଇ ଖାନ୍ ସାର୍ ଏହି ଖୁଲାସା କରିଥିଲେ । ଆଉ କହିଥିଲେ ଗୋଟିଏ ସର୍ତ୍ତରେ ସେ ବାହା ହୋଇଛନ୍ତି । ଯେତେବେଳେ ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଚାଲିଥିଲା, ସେହି ସମୟରେ ସେ ବାହା ହୋଇସାରିଛନ୍ତି ବୋଲି ନିଜ କ୍ଲାସ୍ ପିଲାଙ୍କୁ କହିଥିଲେ ଖାନ୍ ସାର୍ । ଏହାସହ ଜୁନ୍ ୬ ତାରିଖରେ ସେ ଭୋଜି ଦେବେ ବୋଲି କହିଛନ୍ତି ।

ଖାନ୍ ସାର୍ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଯୁଦ୍ଧ ଚାଲିଥିଲା । ସେତେବେଳେ ସେ ବାହା ହେବାକୁ ମନା କରିଦେଇଥିଲେ । ଏମିତି କି ଏଭଳି ସମୟରେ ବାହା ହେବାକୁ ଘରେ ମନା କରିଦେଇଥିଲେ । ଯୁଦ୍ଧ ସମୟରେ ବର୍ଡର ଉପରକୁ ଯାଇ ସେ ସେନାର ସାହାଯ୍ୟ କରିବାକୁ ଚାହୁଥିଲେ । ହେଲେ ବାହାଘର ରୋକିବା ନେଇ ଖାନ୍ ସାର୍ କହିବା ପରେ, ତାଙ୍କ ବାପା ମାଆ କିନ୍ତୁ ଦୁଃଖ କରିଥିଲେ । ଆଉ ସେହି କାରଣରୁ, ଯୁଦ୍ଧ ଚାଲିଥିଲେ ବି ଅତି ନିରାଡମ୍ବର ଭାବେ ସେ ବାହା ହୋଇଯାଇଥିବା ନେଇ ଖୁଲାସା କରିଛନ୍ତି ଖାନ୍ ସାର୍ ।

ନିଜ କ୍ଲାସ୍ ପିଲାମାନଙ୍କୁ ଖାନ୍ ସାର୍ କହିଥିଲେ, ପିଲାଙ୍କ ବିନା ବାହା ହେବା ନେଇ ତାଙ୍କର କିଛି ବି ଯୋଜନା ନଥିଲା । ପିଲାଙ୍କ ବିନା ତାଙ୍କ ବାହାଘର ଅଧୁରା । ହେଲେ ଏବେ କିନ୍ତୁ ଭାରତ-ପାକିସ୍ତାନ ଭିତରେ ଚାଲିଥିବା ଖରାପ ସ୍ଥିତି ଥମିସାରିଛି । ତେଣୁ ଆସନ୍ତା ଜୁନ ୬ ତାରିଖରେ ସେ ସମସ୍ତଙ୍କୁ ଭୋଜି ଦେବେ ।

Sidha Sambad
Author: Sidha Sambad

Leave a Comment

और पढ़ें