କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମରା ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଳାବ୍ୟାଜ୍ ପିନ୍ଧି ଧାରଣା Iପ୍ରତିବାଦକୁ ଓହ୍ଲାଇଲେ ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ । କପ୍ତିପଦା ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀ କଳା ବ୍ୟାଜ୍ ପିନ୍ଧି ତହସିଲ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଅତିରିକ୍ତ ତହସିଲଦାରଙ୍କୁ ମାଫିଆମାନେ ଏପରି ମରଣାନ୍ତକ ଆକ୍ରମଣ କରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି ।
ମାଫିଆମାନେ ଥାନା ସମ୍ମୁଖରେ ଏପରି ଆକ୍ରମଣ କରିବା ଏବଂ ଅତିରିକ୍ତ ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ଘଟଣାରେ ସମସ୍ତ ତହସିଲ କର୍ମଚାରୀ, ରାଜସ୍ୱ ନିରୀକ୍ଷକ ଭୟଭୀତ ।
ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନକଲେ ଆଗାମୀ ଦିନରେ ତହସିଲ ପକ୍ଷରୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଗତକାଲି ବାଲି ମାଫିଆଙ୍କୁ କାବୁ କରିବାକୁ ଯାଇଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଅତିରିକ୍ତ ତହସିଲଦାର ।




