ବିକଶିତ କୃଷି ସଂକଳ୍ପ ଅଭିଯାନ ଓ
ଭ୍ରାମ୍ୟମାଣ କୃଷି ସଚେତନତା ରଥ ଉଦ୍ଘାଟନ |
ନୀଳଗିରି, ୭/୬(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତରେ “ବିକଶିତ କୃଷି ସଂକଳ୍ପ ଅଭିଯାନ -ମହାସମାରୋହ ରେ ପାଳନ ହୋଇ ଯାଇଛି । ଏହି ସମାରୋହ କୁ ବୈଜ୍ଞାନିକ ଡ଼ା. ଓ ପି ବର୍ମା ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିବା ବେଳେ ଉକ୍ତ ସଭାରେ ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ସେଠୀଙ୍କର ସଭାପତିତ୍ଵ କରିଥିଲେ | କୃଷି ଅଧିକାରୀ ନରୋତ୍ତମ ଦାସ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲେ । କୃଷି ବୈଜ୍ଞାନିକ ଡ଼ା. ଅମିତା ପତ୍ର
ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ବି .ଏ .ଓ . ଅଭିନାଶ ବେହେରା, ସୁଶୀଲ ରଞ୍ଜନ ବିଶ୍ବାଳ, ବିକାଶ ସ୍ବାଇଁ, ଅଶୋକ ମିଶ୍ର,ସୁକାନ୍ତ କୁମାର ପ୍ରଧାନ, ଉଦ୍ୟାନ ବିଭାଗର ଅଧିକାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅଧିକାରୀ, ସମିତି ସଭ୍ୟ, ଓ ୱାର୍ଡ ସଭ୍ୟ ସଭ୍ୟା, ସମସ୍ତ କୃଷକ ସାଥି ଙ୍କ ଉପସ୍ଥିତିରେ କୃଷକ ମାନଙ୍କୁ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଉନ୍ନତ ଜ୍ଞାନକୌଶଳ ଓ ପଦ୍ଧତିରେ ଚାଷୀ ମାନେ କିଭଳି ଅଗ୍ରଗତି କରିପାରିବେ ଉପସ୍ଥିତ ବୈଜ୍ଞାନିକ ମାନେ ସେମାନଙ୍କୁ ପଙ୍ଖାନୁ ପୁଙ୍ଖ ଅବଗତ କରାଇବା ସହିତ ସରକାରଙ୍କ ଦ୍ବାରା ଭ୍ରାମ୍ୟମାଣ କୃଷି ସଚେତନତା ରଥ କୁ ଉଦ୍ଘାଟନ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଇବା ପାଇଁ ରଥକୁ ପରିଭ୍ରମଣ କରିବାପାଇଁ ସହଯୋଗ କରାଯାଇଥିଲେ |ଆଜିକାର କାର୍ଯ୍ୟକ୍ରମରେ କୃଷକ ମାନଙ୍କୁ ମୃତିକା କାର୍ଡ ବଣ୍ଟନ କରାଯାଇଥିଲା |
o




