ଓଲଡ଼ଙ୍ଗ ଗ୍ରାମରେ ଶ୍ରୀଶ୍ରୀ ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ |
ନୀଳଗିରି, ୭/୬(ସିଧାସମ୍ବାଦ); ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ଅନ୍ତର୍ଗତ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଓଲଡ଼ଙ୍ଗ ଗ୍ରାମରେ ଶ୍ରୀଶ୍ରୀ
ଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଦିବସରେ ଘଟତ୍ତୋଳନ ଓ ଅଙ୍କୁର ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା |ଏଥିରେ ନାମ ଯଜ୍ଞ,ସଂକୀର୍ତ୍ତନ, ପୂଜା ପାଠ ଯଥା ଵିଧି ଅନୁସାରେ କରାଯାଇଥିଲା | ଦ୍ୱିତୀୟ ଦିବସରେ ହୋମ ଓ ନାମ ଯଜ୍ଞ କରାଯାଇଥିଲା | ଶେଷ ଦିବସରେ ଯଜ୍ଞ, ପୂର୍ଣ୍ଣାହୁତି ଏବଂ ନୂତନ ମନ୍ଦିରରେ ଶନିଦେବ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା | ଦିବସ ବ୍ୟାପି ଭଜନ କୀର୍ତ୍ତନ, ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା |





