ଡମ୍ପର ଚାଳକଙ୍କୁ ବାଇକ ଆରୋହୀଙ୍କ ଆକ୍ରମଣ ଅଭିଯୋଗ |
ନୀଳଗିରି,୭/୬(ସିଧାସମ୍ବାଦ); ରାସ୍ତାରେ ଯାଉଥିବା ଡମ୍ପର କୁ ଅଟକାଇ ଚାଳକ କୁ ଜଣେ ବାଇକ ଆରୋହୀ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ନୀଳଗିରି ଥାନାରେ ଅଭିଯୋଗ ହୋଇଛି | ଘଟଣାରୁ ପ୍ରକାଶ ନୀଳଗିରି ଥାନା ଅଧିନ ଶ୍ୟାମସୁନ୍ଦରପୁର ଛକ ନିକଟରେ ବଉଳଗଡିଆ ଅଭିମୁଖେ ଗତକାଲି ଯାଉଥିବା ଏକ ଡମ୍ପର ଆଗକୁ ଵାମରୁ ଡାହାଣକୁ ବାଇକ ଆରୋହୀ ବାହାରି ପଡିଥିଲା | ଏଥିରେ ନୀଳଗିରି ଥାନା ଧୋବାଶିଳା ଗ୍ରାମର ବିଷ୍ଣୁ ମୋହନ ରାଉତ ଙ୍କ ପୁଅ ମହେଶ୍ୱର ରାଉତ (୩୭)ନାମକ
ଡମ୍ପର ଚାଳକ ଗାଡ଼ି ଠିକସେ ଚଳାଅ ନହେ
ଲେ ଜୀବନ ଚାଲିଯିବ ବୋଲି କହିଥିଲେ | ଏଥିରେ ଶ୍ୟାମସୁନ୍ଦରପୁର ଅଞ୍ଚଳର ବିଶ୍ୱନାଥ ପାତ୍ର (୩୦)ନାମକ ବାଇକ ଆରୋହୀ ଉତକ୍ଷିପ୍ତ ହୋଇ ଦ୍ୱାରୀକା ଛକ ନିକଟରେ ଡମ୍ପର ଆଗରେ ବାଇକ ରଖି ଆଡା ପକାଇ ଦେଇଥିଲେ | ଡମ୍ପର ଡ୍ରାଇଭର ଉପାୟ ନପାଇ ଗାଡ଼ି ଅଟକାଇ ଥିଲେ | ବାଇକ ଆରୋହୀ ହଠାତ ଇଟା ଆଣି ଗାଡ଼ି କାଚ ଭାଙ୍ଗିବା ସହିତ ଡମ୍ପର ଗାଡ଼ିରୁ ଚାବି କାଢି ଆଣି ଡ୍ରାଇଭର ଡାହାଣ ଗୋଡ଼ରେ ଆକ୍ରମଣ କରିଥିଲେ | ଏଥିରେ ଡ୍ରାଇଭର ଗୋଡ଼ରେ ଗଭୀର କ୍ଷତ ହୋଇ ରକ୍ତ ଶ୍ରାବ ହୋଇଥିଲା | ପରେ ତଳକୁ ଭିଡି ଆଣି ଗୋଇଠା ବିଧା ମାରିଥିଲା | ଏନେଇ ଡମ୍ପର ଚାଳକ ଏବଂ ନୀଳଗିରି ଚାଳକ ସଂଘ ପକ୍ଷରୁ ଆଜି ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି | ଅଭିଯୋଗ ପାଇ ପୋଲିସ ତଦନ୍ତ ଜାରି ରଖିଛି |




