ସାଳନ୍ଦୀ କେନାଲ କାର୍ଯ୍ୟବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ |
ନୀଳଗିରି,୭/୬(ସିଧାସମ୍ବାଦ); ସାଳନ୍ଦୀ କେନାଲ କାମଚାଲିବା ବେଳେ ଉତ୍ତେଜନା। କାର୍ଯ୍ୟରତ ଇଞ୍ଜିନିୟର ଓ ଅଞ୍ଚଳର କିଛି ଯୁବକ ସହ ପ୍ରଥମେ କଥା କଟାକଟି ପରେ ଆରମ୍ବ ହୋଇଛି ଇଞ୍ଜିନିୟରକୁ ଆକ୍ରମଣ। ପରେ ଆକ୍ରମଣ କରିଥିବା ଯୁବକ ମଧ୍ୟ ଲହୁଲୁହାଣ ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସୂଚନାଯୋଗ୍ୟ ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅସ୍ତିଆ ଗାଁ ନିକଟ ଦେଇ ଯାଇଥିବା ସାଳନ୍ଦୀ କେନାଲରେ ଆରକେଡି ନାମକ ସଂସ୍ଥା କାର୍ଯ୍ୟ କରୁଥିଲା।ସେହି ଅଞ୍ଚଳର ଦୁଇ ଯୁବକ ଆସି କାର୍ଯ୍ୟରତ ଇଞ୍ଜିନିୟର ରାଜ କୁମାର ମହାଳିକ ଓ ଦେବାଶିଷ ଆଚାର୍ଯ୍ୟ ଙ୍କ ସହିତ କାମକୁ ନେଇ ଉଚ୍ଚବାଚ ହୋଇଥିଲା।ପରେ ସେହି ଅଞ୍ଚଳର ଦୁଇ ଯୁବକ ମାନସ ରଞ୍ଜନ ଦେବ ଗୋସ୍ୱାମୀ ଓ ଅଜୟ କୁମାର ମହାଳିକ ଦୁଇଜଣ ଦୁଇ ଇଞ୍ଜିନିୟରଙ୍କୁ ଆକ୍ରମଣ କରିଥିବା ଆରକେଡି ର ଏଚଆର ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।ସେପଟେ ମାନସ ଦେବଗୋସ୍ୱାମୀଙ୍କୁ ମଧ୍ୟ ପାଲଟା ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।ସେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଏ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
9






