ଇଦ ରେ ଅଘଟଣ ଫୁଟିଲା ବୋମା ୧ମୃତ ୨ଗୁରୁତର ବୋଲଗଡ

👇समाचार सुनने के लिए यहां क्लिक करें

ଇଦ ରେ ଅଘଟଣ ଫୁଟିଲା ବୋମା ୧ମୃତ ୨ଗୁରୁତର
ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଲକ ଇଚ୍ଛାପୁର ଗ୍ରାମରେ ଆଜି ଅପରାହ୍ନରେ ରେ ବୋମା ଫୁଟିଯିବାରୁ ଜଣେ ମହିଳା ଙ୍କ ମୃତ୍ୟୁ ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି. ଘଟଣାରୁ ପ୍ରକାଶ ଇଚ୍ଛାପୁର ଗ୍ରାମରେ ଫତିମା ବେଗମ ଙ୍କ ଘର ସଫା କରିବା ବେଳେ ବୋମା ଫୁଟିଯାଇଥିଲା. ଘର ସଫା କରୁଥିବା ଫତିମା ଙ୍କ ଭଉଣୀ ମିଲି ବେଗମ (୨୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଅନ୍ୟଜଣେ ଅମିନା ବେଗମ (୩୬).ଓ ରୁକସାନା ବେଗମ (୧୦)ବର୍ଷ ଗୁରୁତର ହୋଇଛନ୍ତି. ସେମାନଙ୍କୁ ତୁରନ୍ତ ଅଧିକ ଚିକିତ୍ସା ନିମିତ୍ତ ଭୁବନେଶ୍ୱର ପଠାଇଦିଆଯାଇଛି ତେବେ ଫତିମା ଙ୍କ ପରିବାର ଦୀର୍ଘଦିନ ଧରି ବୋଲଗଡ ରେ ରହିଆସୁଛନ୍ତି. ସେହି ଘରେ ବୋମା କିପରି ଆସିଲା ଓ କିଏ ରଖିଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି. ବୋଲଗଡ ଥାନା ନିରୀକ୍ଷିକା ସ୍ନିଗ୍ଧାମୟୀ ବରାଳ ତୁରନ୍ତ ଘଟଣା ସ୍ଥଳରେ ପହଂଚି ବିସ୍ଫୋରଣ ସ୍ଥଳକୁ ସିଲ କରିଛନ୍ତି. ସାଇଣ୍ଟିଫିକ ଦଳ ପହଂଚି ଥିଲେ ମଧ୍ୟ କୌଣସି ତଦନ୍ତ କରିପାରିନାହାନ୍ତି. ଘରମଧ୍ୟରେ ଅଧିକ ବୋମା ଥିବା ସନ୍ଦେହ କରାଯାଉଛି. ତେଣୁ ବୋମା ନିଷ୍କ୍ରିୟ କାରି ଦଳ ରବିବାର ଆସିବାପରେ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି.

Sidha Sambad
Author: Sidha Sambad

Leave a Comment

और पढ़ें