ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ।
ନୀଳଗିରି -୭/୬, (ସିଧାସମ୍ବାଦ);
ଶୁକ୍ରବାର ନୀଳଗିରି ବ୍ଲକର ୪ଗୋଟି ପଞ୍ଚାୟତରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ମହିଷାପଟା ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ମନିଷା ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିଗବେଷଣା ସଂସ୍ଥାର ବରିଷ୍ଠ କୃଷିବିଜ୍ଞାନୀ ଡ଼ଃ ଦିବାକର ଘୋଷ, ବାଲିଆପାଳ କୃଷିବିଜ୍ଞାନ କେନ୍ଦ୍ରର କୃଷିବିଜ୍ଞାନୀ ଡ଼ଃ ସ୍ୱାଗତିକା ସାଉ, କୃଷିବିଜ୍ଞାନୀ ଇଂ ଅମିତ କୁମାର ମାଝୀ, ୧୩ନଂ ଜିଲ୍ଲାପରିଷଦ ଗତିକୃଷ୍ଣ ନନ୍ଦ, ସମିତିସଭ୍ୟ,ଗୋଷ୍ଠୀ କୃଷିଅଧିକାରିଣୀ ମିତାଲି ନାଏକ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଚାଷୀମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ସହିତ କୃଷିକ୍ଷେତ୍ରରେ ଦେଖାଦେଉଥିବା ରୋଗପୋକ ଓ ସେଗୁଡ଼ିକର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଅଯୋଧ୍ୟା ପଞ୍ଚାୟତରେ ମାନ୍ୟବର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବିଜ୍ଞାନୀ ଶ୍ରୀଯୁକ୍ତ ଘୋଷ, ଶ୍ରୀମତୀ ସାହୁ ଏବଂ ଶ୍ରୀଯୁକ୍ତ ମାଝୀଙ୍କ ଉପସ୍ଥିତିରେ ଜିଲ୍ଲାମୁଖ୍ୟ କୃଷିଅଧିକାରୀ ସୁମନ୍ତ ନାୟକ, ନୀଳଗିରି ଉଦ୍ୟାନକୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଗୋପୀନାଥ କର, ବ୍ଲକ କୃଷି ଅଧିକାରିଣୀ ମିତାଲି ନାଏକ ପ୍ରମୁଖ ଉପସ୍ଥିତ ରହି ଚାଷୀ ଓ ଚାଷ ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ପରେ ଏକ କୃଷିରଥକୁ ମାନ୍ୟବର ସାଂସଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅନୁରୂପ ଭାବେ ତେନ୍ତୁଳିଆ ଓ ଆରବନ୍ଧ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ତେନ୍ତୁଳିଆ ଠାରେ ସ୍ଥାନୀୟ ସରପଞ୍ଚ ମମତା ଖଣ୍ଡେଇଙ୍କ ସଭାପତିତ୍ବରେ କୃଷିବୈଜ୍ଞାନିକଡ଼ଃ ଓ. ପି ବର୍ମା, ଡ଼ଃ ଅମିତା ପାତ୍ର ଓ ଡ଼ଃ ଲକ୍ଷ୍ମୀକାନ୍ତ ମୁର୍ମୁଙ୍କ ଉପସ୍ଥିତିରେ ସହକାରୀ କୃଷି ଅଧିକାରିଣୀ ପ୍ରଜ୍ଞାଶ୍ରୀ ଚାନ୍ଦ ଉପସ୍ଥିତ ରହି ଚାଷୀମାନଙ୍କୁ ଚାଷ ସମ୍ପର୍କୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସେହିପରି ଆରବନ୍ଧ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ କୁଳମଣୀ ନାୟକଙ୍କ ତତ୍ତ୍ୱାବଧାନରେ କୃଷିଉଦ୍ୟାନ ବିଭାଗର ଅଧିକାରୀ ପ୍ରଭାକର ଗୋଚ୍ଛାୟତ, ପ୍ରାଣୀଚିକିତ୍ସାଳୟ ବିଭାଗର ସତ୍ୟପ୍ରକାଶ ମହାକୁଡ ଏବଂ ସହକାରୀ କୃଷିଅଧିକାରିଣୀ ପ୍ରଜ୍ଞାଶ୍ରୀ ଚାନ୍ଦ ଉପସ୍ଥିତ ରହି ଏହି ବିକଶିତ କୃଷିସଂକଳ୍ପ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରିଥିଲେ।0

Sidha Sambad
Author: Sidha Sambad

Leave a Comment

और पढ़ें