ଏ ବର୍ଷ ନୟାପଲ୍ଲୀରେ କମାଲ୍ କରିବ ରଜ ମହୋତ୍ସବ*

👇समाचार सुनने के लिए यहां क्लिक करें

*ଏ ବର୍ଷ ନୟାପଲ୍ଲୀରେ କମାଲ୍ କରିବ ରଜ ମହୋତ୍ସବ*

। ଚଳିତ ବର୍ଷ ରଜ ମହୋତ୍ସବ ତା ୧୩/୦୭/୨୦୨୫ ରିଖ ଠାରୁ ତା ୧୬/୦୬/୨୦୨୫ ରିଖ ପର୍ଯ୍ୟନ୍ତ ନୟାପଲ୍ଲୀ ରାବଣ ପୋଡି ପଡିଆ ରେ ପାଳନ ହେବାକୁ ଯାଉଅଛି। ଅନୁଷ୍ଠାନ ଚଳିତ ବର୍ଷ ଚତୁର୍ଥ ବର୍ଷ ରଜ ମହୋତ୍ସବ ପାଳନ କରିବାକୁ ଯାଉଅଛି।୪ ଦିନ ଧରି ହେଉଥିବା ଏହି ରଜ ମହୋତ୍ସବରେ ବହୁ ମହିଳା ମାନେ ନିଜ ନିଜ ହାତ ତିଆରି ପିଠା ପଣା ସାଙ୍ଗ କୁ ବିଭିନ୍ନ ଖାଦ୍ୟ ପରିବେଶଣ କରାଯିବ ବୋଲି ନୟାପଲ୍ଲୀ କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦ
ନୟାପଲ୍ଲୀ କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରଭୁଦତ୍ତ ସାମଲ କହିଛନ୍ତି ା ଏହା ସହିତ ଏଠାରେ ମହିଳା, ଶିଶୁ ଓ ବୈଜ୍ୟେଷ୍ଠ ସମନ୍ତ ବର୍ଗ ମାନଙ୍କ ପାଇଁ ବହୁ ଖେଳ କୁଦ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥାଏ । ତା ସାଙ୍ଗ କୁ ରାମ ଦୋଳି, ବ୍ରେକ ଡାକ୍ଟ, ବେଲୁନ ଦୋଳି, ଡ୍ରାଗନ୍ ବୋଳି ସାଙ୍ଗ କୁ ମୀନା ବଜାର ର ସୁବିଧା ରଖାଯାଇଛି। ଚଳିତ ବର୍ଷ ୮୦ ରୁ ଊଦ୍ଧ ଷ୍ଟଲ ସାଙ୍ଗକୁ ୨୦ ରୁ ଉର୍ଦ୍ଧ ଦୋଳି ର ବ୍ୟବସ୍ଥା ରଖାଯାଇଅଛି! ଜଡ଼ ସଙ୍ଗେ ସଂଧ୍ଯା ରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ବିଶିଷ୍ଟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଠାରୁ ଆରମ୍ଭ କରି ବିଷ୍ଣୁମୋହନ୍‌ କବି ଙ୍କ ସମେତ ବହୁ ସୁନାମୀ ଗୀତିକାର ଙ୍କ ସହ ବିଶିଷ୍ଟ ହାସ୍ୟ ଅଭିନେତା ପପୁ ପପ୍ ପମ୍ ଙ୍କ ସମେତ ବହୁ ସୁପରଷ୍ଟାର ସିନେ କଳାକାର ଏହି ମହୋତ୍ସବ ରେ ଯୋଗବାନ ଦେଉ ଅଛନ୍ତି। ରଜ ମହୋତ୍ସବ ରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ୨ ଲକ୍ଷ ରୁ ଉଦ୍ଧ ଲୋକ ସମାଗମ୍ ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା କୁ ଦୃଷ୍ଟି ରେ ରଖ୍ ବହୁ ଭଲାଣ୍ଟିଅର ଭାଇ ମାନଙ୍କ ସହ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା ରହିଅଛି । ବିଗତ ୪ ବର୍ଷ ମଧ୍ୟ ରେ ନୟାପଲ୍ଲୀ ରଜ ମହୋତ୍ସବ ଭୁବନେଶ୍ବର ରେ ସଫଳତାର ସହ ପ୍ରଥମ ସ୍ଥାନ ଅଧିକରଣ କରିବାକୁ ଅଗ୍ରସର ହେଉଥିବାରୁ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ଏହି ମହୋତ୍ସବ କୁ ରାଜଧାନୀ ର ସମସ୍ତ ବାସିନ୍ଦା ଙ୍କ ପାଖରେ ପହ‌ଞ୍ଚାଇବାକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆପଣ ମାନଙ୍କ ସହୋଯୋଗ ଲୋଡ଼ୁଅଛି । ଆଜିର ସମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଅର୍ଜୁନ ବେହେରା, ସଭାପତି ମନୋରଞ୍ଜନ ବେହେରା, କର୍ପୋରେଟର ବନ୍ଦିତା ପାଲ୍ , କଳା ଓ ସାଂସ୍କୃତିକ ସମ୍ପାଦକ ଅଜିତ ବେହେରା, ଉପଦେଷ୍ଟା ପ୍ରକାଶ ସରଙ୍ଗୀ, ଚିତ୍ରସେନ ବେହେରା,ମାନସ ଭଞ୍ଜ, ସୌମେନ୍ଦ୍ର ଦାସ ଙ୍କ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें