ରଥଯାତ୍ରା ପାଇଁ ନୀଳଗିରି ପ୍ରଶାସନ ପକ୍ଷରୁ ରଥ ଦାଣ୍ଡ ତଦାରଖ |

👇समाचार सुनने के लिए यहां क्लिक करें

ନୀଳଗିରି, ୨୪/୬(ସିଧାସମ୍ବାଦ); ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚଳିତ ବର୍ଷ ରଥଯାତ୍ରା ଆସନ୍ତା ୨୮ ତାରିଖ ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ନୀଳଗିରି ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ଭାବେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ରଥ ଦାଣ୍ଡ ଦୁଇ ପାର୍ଶ୍ୱରେ ଥିବା ଦୋକାନୀ ମାନଙ୍କ ପାଖକୁ ଯାଇ ସ୍ଥିତି ପରଖିଥିଲେ | ବିଶେଷ କରି ରଥ ଟଣା ସମୟରେ ବାଧା ନଉପୁଜିବା ପାଇଁ ରାସ୍ତା ପାର୍ଶ୍ୱ ପର୍ଯ୍ୟନ୍ତ ଦୋକାନ କରିଥିବା ଦୋକାନୀ ମାନଙ୍କୁ ଦୋକାନ ପଛେଇ ନେବାକୁ ସଚେତନ କରାଇଥିଲେ | ଏତଦଭିନ୍ନ ଶ୍ରଦ୍ଧାଳୁ ଙ୍କ ଭିଡ଼ କୁ ପରିଲଖିତ କରି ଯେଭଳି ଭାବେ ରଥ ଟଣା ବେଳେ ଶ୍ରଦ୍ଧାଳୁ ଓ ଭକ୍ତ ରଥ ଦାଣ୍ଡରେ ସୁରକ୍ଷାରେ
ଚଳ ପ୍ରଚଳ କରିପାରିବେ ସେଥିଲାଗି ସବୁ ଦୋକାନ କୁ ଯାଇ ସୂଚନା ଦେଇଥିଲେ | ଉଠା ଦୋକାନୀ ଏବଂ ସ୍ଥାୟୀ ଦୋକାନ ରେ ବିକ୍ରି କରାଯାଉଥିବା ଖାଦ୍ୟ କୁ ପରିଷ୍କାର ପରିଚ୍ଛନ୍ନ ସହିତ ବାସି ଖାଦ୍ୟ ବିକ୍ରି ନ କରିବାକୁ ନେଇ ମଧ୍ୟ ବାରଣ କରାଯାଇଥିଲା | ଦୋକାନ ର ପାର୍ଶ୍ୱବର୍ତ୍ତି ସ୍ଥାନରେ ଅଳିଆ ଆବର୍ଜନା ନ ପକାଇ ଡଷ୍ଟବିନ ରେ ପକାଇବାକୁ ଆଦେଶ ଦେଇଥିଲ | ଏଥିରେ ନୀଳଗିରି ତହସିଲଦାର ସୋନମ ଦାସ,ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ନିର୍ବାହୀ ଯନ୍ତ୍ରୀ ଅଂଶୁମାନ ପରିଡ଼ା, ପୂର୍ତ୍ତ ବିଭାଗ ଅଧିକାରୀ ଶ୍ରୀନିବାସ ଜେନା, ଏସଡ଼ିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें