ନୀଳଗିରି ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ |
ନୀଳଗିରି,୩/୦୭(ସିଧାସମ୍ବାଦ);
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନୀଳଗିରି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ସ୍ଥାନୀୟ ନୀଳଗିରି ମହାବିଦ୍ୟାଳୟ ଠାରେ ଦିବା ୧୦ଘଟିକାରେ ବୁଥ ସ୍ତରୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ,ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭୀମସେନ ବିଶ୍ଵାଳ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକରୀ ମୃତ୍ୟୁଞ୍ଜୟ ନାୟକ, ବରିଷ୍ଠ ରାଜସ୍ବ ସହାୟକ ସୁଶାନ୍ତ ସିଂ,ପ୍ରଶିକ୍ଷକ ରୂପକ କୁମାର ପଶା,ଶିବ ପ୍ରସାଦ ପରିଡ଼ାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ
ଭାବେ ଶୁଭାରମ୍ଭ ହୋଇଯାଇଛି।ଆଜିର ଏହିପ୍ରଥମ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁପରଭାଇଜର ଓ ବି.ଏଲ.ଓ. ମିଶି ମୋଟ ୪୫ ଜଣ ଅଂଶ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ସମସ୍ତ ସୁପର ଭାଇଜୋର୍ ଓ ବି.,ଏଲ. ଓ.ଙ୍କୁ ଆସନ୍ତା ୧୭ ତାରିଖ ମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।ଏହି କାର୍ଯ୍ୟକ୍ରମରେ ବୁଥ ସ୍ତରୀୟ ଅଧିକାରୀ ମାନେ ଫର୍ମ -୬,୬ଏ ,୭,୮ର ଉପଯୋଗ କରିବା ପାଇଁ ବିଭିନ୍ନ ତଥ୍ୟକୁ ଆଧାର କରି ବିବରଣୀ ଅନୁଯାୟୀ ସଠିକତା ଉପରେ ଅଭିଜ୍ଞ ପ୍ରଶିକ୍ଷକ ଗଣ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ବିଶେଷ ଭାବରେ ଅବଗତ କରାଇବା ସହ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏତଦ୍ ଭିନ୍ନ ଦୃଶ୍ୟ ଶ୍ରାବ୍ୟ ଯନ୍ତ୍ର ଯୋଗେ ସନ୍ଦେହ ଦୂର ପାଇଁ ବ୍ୟବସ୍ଥା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁବିଭାଗୀୟ ଅଧିକାରୀ କୌଶଲ୍ୟା ବେହେରା, ନିର୍ବାଚନ ବିଭାଗୀୟ କର୍ମକର୍ତ୍ତା ତଥା ବରିଷ୍ଠ ରାଜସ୍ବ ସହାୟକ ସୁଶାନ୍ତ ସିଂ, ନରୋତ୍ତମ ପଲେଇ, ଗୀତା ରାଣୀ ସିଂ, ଜେ. ଆର. ଏ. ମୃତ୍ୟୁଞ୍ଜୟ ବେହେରା, ପରମେଶ୍ବର ନାଏକ, ରଥିଆ ସିଂ, ପ୍ରିୟଙ୍କା ସିଂ ଏବଂ ଗୌତମ ହାବୁଡ଼ା ପ୍ରମୁଖ ସହଯୋଗ କରିଥିଲେ।







