ବେଗୁନିଆ,୦୭/୦୭():ବେଗୁନିଆ ସଦର ମହକୁମାସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ନିଜସ୍ଵ ଅନୁଷ୍ଠାନ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଚାରାରୋପଣ ଓ ଆଲୋଚନ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ସଭାପତିତ୍ବ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ସାହୁ, ମୁଖ୍ୟ ବକ୍ତା ଭାବରେ ରାଜ କିଶୋର ସାହୁ ଯୋଗଦାନ କରି ଆଗାମୀ ଜୀବନରେ ଭଲ ଭାବରେ ବଞ୍ଚିବାକୁ ହେଲେ ପରିବେଶକୁ ସୁସ୍ଥ ରଖିବାକୁ ପଡିବ ସେଥିପାଇଁ ସମସ୍ତେ ଗୋଟିଏ ଗୋଟିଏ ଚାରା ପୋତି ତା’ର ଯତ୍ନ ନେବା ଆବଶ୍ୟକ ବୋଲି ସମସ୍ତ ଅତିଥି ମାନେ ନିଜସ୍ୱ ମତ ରଖିଥିଲେ ।ଏଥିରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ,ସମୀର ପ୍ରଧାନ,ବିଜୟ କୁମାର ମହାନ୍ତି, ବାସନ୍ତୀ ସାହୁ,କୋଷାଧ୍ୟକ୍ଷ ସୋମନାଥ ସାହୁ , ସାଇରାମ ପାତ୍ର,ଶରତ ପ୍ରଧାନ, ରାଜସ୍ମିତା ଗୁମାନସିଂହ, ଶୁଭସ୍ମିତା ଗୁମାନସିଂହ ଉପସ୍ଥିତ ଥିଲେ। ପ୍ରାରମ୍ଭରୁ ଗାୟକ ପ୍ରଦୀପ୍ତ କିଶୋର ତ୍ରୀପାଠୀ ବୃକ୍ଷ ଆମର ବନ୍ଧୁ ସମ୍ବନ୍ଧୀୟ ଆବାହନି ସଙ୍ଗୀତ ଗାନ କରି ମାନବ ସମାଜକୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନରେ ସହ ସଂପାଦକ ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।




