ବଡ ଏକାଦଶୀରେ ରଥଉପରେ ସୁନାବେଶରେ ଦର୍ଶନଦେଲେ ତିନିଦିଅଁ। ବାହୁଡା଼ ଯାତ୍ରାରେ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି ।

👇समाचार सुनने के लिए यहां क्लिक करें

ବଡ ଏକାଦଶୀରେ ରଥଉପରେ ସୁନାବେଶରେ ଦର୍ଶନଦେଲେ ତିନିଦିଅଁ।
ବାହୁଡା଼ ଯାତ୍ରାରେ ବାହୁଡ଼ିଲେ ଚତୁର୍ଦ୍ଧା ମୂର୍ତ୍ତି ।

ନୀଳଗିରି,୬/୭(ସିଧାସମ୍ବାଦ);
ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି, ଆଜି ହରିଶୟନ ବଡ ଏକାଦଶୀ। ଏହି ଅବସରରେ ରଥଉପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ତିନିଠାକୁର। ବାହୁଡାଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ହୋଇ ରଥାରୂଢ ହୋଇଥିଲେ। ରଥଦାଣ୍ଡରେ ରାତ୍ରିଯାପନ କରିବାପରେ ବଡ ଏକାଦଶୀ ପାଇଁ ପ୍ରତ୍ୟୁଷରୁ ତିନିଦିଅଁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ସକାଳ ଠାରୁ ଅପରାହ୍ନ ୩ଟା ମଧ୍ୟରେ ଲକ୍ଷାଧିକ ଭକ୍ତ ଲମ୍ବାଧାଡିରେ ଯାଇ ଦିଅଁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିବାସହିତ କୃପାଭିକ୍ଷା କରିଥିଲେ। ବାହୁଡ଼ାଯାତ୍ରାର ଦ୍ଵିତୀୟ ଦିବସରେ ପ୍ରବଳବର୍ଷା ସ୍ଵତ୍ତେ ରଥଟଣା ହୋଇଛି। ପରମ୍ପରା ଅନୁଯାୟୀ ଅଧାରାସ୍ତାରେ ରଥ ଅଟକିଥିବା ବେଳେ ଆଜି ତୃତୀୟଦିବସରେ ରଥଟଣା ହୋଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବେ ଚତୁର୍ଦ୍ଧାମୂର୍ତ୍ତୀ। ପରେ ରଥଉପରେ ଅଧରପଣା ନୀତି ସହିତ ସମସ୍ତ ନିତିକାନ୍ତି ସମାପନ ପରେ ରତ୍ନ ସିଂହାସନକୁ ବାହୁଡିଯିବେ ମହାବାହୁ। ଏହି ଦ୍ଵିତୀୟ ଦିବସ ରଥଟଣା ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ସନ୍ତୋଷ ଖଟୁଆ, ଉପଜିଲ୍ଲାପାଳ ଡ଼ଃ ମଧୁସ୍ମିତା ସାମନ୍ତରାୟ, ତହସିଲଦାର ସୋନମ୍ ଦାସ, ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ବେହେରା,ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରମୋଦ ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସମେତ ବିଭିନ୍ନ ପ୍ରଶାସନିକ ବିଭାଗର ଅଧିକାରୀ ସାମିଲ ଥିଲେ। ରଥଉପରେ ସ୍ଥାନୀୟ ସୂଚନା ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ରଥର ଦିଗନିର୍ଣ୍ଣୟ କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ମହାପ୍ରଭୁ ଜଗନ୍ନାଥଙ୍କ ଲୀଳା ସମ୍ବନ୍ଧୀୟ ଧାରାବିବରଣୀ ପ୍ରଦାନ କରିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ରଥସୁରକ୍ଷା ସହିତ ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା ଦେଖାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें