ଉପସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାତିତ | |

👇समाचार सुनने के लिए यहां क्लिक करें

ଉପସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାତିତ |

ନୀଳଗିରି, ୧୦/୭(ସିଧାସମ୍ବାଦ); ନୀଳଗିରି ବ୍ଳକ କେପି ଲାଖ ରାଜ ପଞ୍ଚାୟତ ଚଣ୍ଡୀପୁର ଛକ ଠାରେ ନୂତନ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି |ପୂର୍ବାହ୍ନରେ ମୁଖ୍ୟଅତିଥି ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ଫିତାକାଟି ଶୁଭ ଉଦ୍ଘାଟନ କରିଥିବା ବେଳେ ତାଙ୍କ ସହିତ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ସ୍ଥାନୀୟ ସରପଞ୍ଚ ଗିରିଶ ଚନ୍ଦ୍ର ସିଂ, ସମିତି ସଭ୍ୟା ତାପସ୍ୱିନି ସିଂ ଉପସ୍ଥିତ ଥିଲେ | ଏହି ଅବସରରେ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ. ସୌମ୍ୟସମ୍ବିତ ବେହେରା, ଅଯୋଧ୍ୟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧିକାରୀ ଡ. ମାନସ ରାଉତ,ଡ. ରିସଵ ନାଥ ଚୌଧୁରୀ, କମ୍ୟୁନିଟି ହେଲଥ ଅଫିସର ପ୍ରିୟଙ୍କା ମଞ୍ଜରୀ ମାହାର୍ଣ୍ଣା, ସ୍ଵର୍ଣଚୂଡ଼ ମଣ୍ଡଳ ସଭାପତି ରତିକାନ୍ତ ସିଂ, ଡ. ପ୍ରକାଶ ମହାପାତ୍ର,ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ହେଲଥ ୱାର୍କର୍ଷ, ୧୩ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବେନା ଗୋସ୍ୱାମୀ, ସୁରେନ୍ଦ୍ର ସିଂ, ଭାସ୍କର ମାହାର୍ଣ୍ଣା, ଶମ୍ଭୁ ଦାସ, ପ୍ରମୁଖ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ | ଏଥିରେ ଆଖପାଖ ଅଞ୍ଚଳର ୫ ହଜାରରୁ ଉର୍ଦ୍ଧ ରୋଗୀ ଆରୋଗ୍ୟ ହେବାକୁ ନେଇ ଅଞ୍ଚଳବାସି ଖୁସିବ୍ୟକ୍ତ କରିଛନ୍ତି |

Sidha Sambad
Author: Sidha Sambad

Leave a Comment

और पढ़ें