ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରତିଷ୍ଠା ଦିବସ ପାଳିତ I

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି. ଆଶୁତୋଷ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧକ୍ଷ ପ୍ରଫେସର ପ୍ରଦୀପ୍ତ ଦାଶ ଯୋଗ ଦେଇ କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସଫଳତା ମିଳିପାରିବ ବୋଲି ଉପଦେଶ ଦେଇଥିଲେ. ଏବିଭିପି ର ମୂଳ ଉଦେଶ୍ୟ ଶୃଙ୍ଖଳିତ ଛାତ୍ର ଜୀବନ. ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଶୃଙ୍ଖଳାକୁ ଆପଣେଇ ପାରିଲେ ସଫଳତା ସହଜ ସାଧ୍ୟ୍ୟ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ. ଏହି ସଭାରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ. ଆଶିଷ ଦଳବେହେରା ଓ ଅନୀଲ କୁମାର ବରାଡ଼ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ. ପରିଶେଷରେ ଗୌତମ ରାମ ଧନ୍ୟବାଦ ଅର୍ପଣ କରିଥିଲେ. ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଛାତ୍ରଛାତ୍ରୀ ଙ୍କ ନିମିତ୍ତ କମନ ରୁମ ଓ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି କରିଥିଲେ. ଅଧକ୍ଷ ଶ୍ରୀ ଦାଶ ଜୁଲାଇ ମାସ ଶେଷ ସୁଦ୍ଧା ଦାବିଗୁଡିକ ପୂରଣ ହେବ ବୋଲି ପ୍ରତିଶୃତି ଦେଇଥିଲେ. ବୋଲଗଡ ମହାବିଦ୍ୟାଳୟ ରେ ପ୍ରାୟ ୧୮୦୦ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି. ସାଇକେଲ ଷ୍ଟାଣ୍ଡ ନଥିବାରୁ ଖୋଲାରେ ସାଇକେଲ ରଖୁଛନ୍ତି. ଫଳରେ ଚୋରି ର ଆଶଙ୍କା ଦେଖାଯାଉଛି ସେହିପରି କମନ ରୁମ ଅଭାବରୁ ଛାତ୍ରଛାତ୍ରୀ ବାହାରେ ଏଣେତେଣେ ବୁଲୁଛନ୍ତି. ଏଣୁ ଏଗୁଡିକ ତୁରନ୍ତ ନିର୍ମାଣ କରିବାକୁ ନିବେଦନ କରିଛନ୍ତି.

Sidha Sambad
Author: Sidha Sambad

Leave a Comment

और पढ़ें