ଗୋଡିପଡା
(ସିଧା ସମ୍ବାଦ)୧୬ନମ୍ବର ଜାତୀୟ ରାଜପଥ ଗୋଡିପଡା ଛକ ନିକଟରେ ୩ଟି ବାଇକକୁପଛରୁ ପିଟିଲା ବୋଲେରୋ ୩ଜଣ ଆହତ।ସୂଚନାରୁ ଜଣାପଡିଛି ବ୍ରହ୍ମପୁର ପଟୁ ଭୂବନେଶ୍ୱର ରାହୁଳ ଗାନ୍ଧୀ ରାଲିକୁ କଂଗ୍ରେସ କର୍ମୀ ମାନଙ୍କୁ ନେଇ ବୋଲେରୋ ଗାଡି ଯାଉଥିବା ବେଳେ ଗୋଡିପଡା ଛକ ନିକଟରେ ଘଟିଛି ଦୁର୍ଘଟଣା।ବୋଲେରୋ ଗାଡି ଦ୍ରୁତ ଗତିରେ ଯାଇ ୩ଟି ମୋଟର ସାଇକେଲ କୁ ପଛରୁ ଧକ୍କା ଦେଇଥିଲା।ବୋଲେରୋ ଦୁର୍ଘଟଣାରେ ତିନିଜଣ ଯୁବକ ଆହତ ।ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ କୁ ପଠାଯାଇଛି।ଆହତ ମାନଙ୍କର ପରିଚୟ ଅସ୍ପଷ୍ଟ।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ୪ଟିକୁ ଜବତ କରି ତଦନ୍ତ ଜାରି ରଖିଛି।




