ଅନୁଦାନ ଦାବୀ ନେଇ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ।

👇समाचार सुनने के लिए यहां क्लिक करें

ଖଣ୍ଡପଡା ୨୨|୮ (ସିଧା ସମ୍ବାଦ)
ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ଅନୁଦାନ ପ୍ରଦାନ ଦାବି ନେଇ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ଯବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବା ଜଣାପଡିଛି। ରାଜ୍ଯ ସଂଘର ନିଷ୍ପତ୍ତିକ୍ରମେ ଗତ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ମହାବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନଭୁକ୍ତ କରିବା ଲାଗି ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ ସତ୍ବେ ସରକାର ସେଥିପ୍ରତି ଆଦୌ ଗୁରୁତ୍ବ ଦେଉନଥିବାରୁ ଏହାର ପ୍ରତିବାଦରେ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ସାରା ରାଜ୍ୟରେ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି। ଏହି କ୍ରମରେ ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ଗ୍ରାମସ୍ଥିତ ଶ୍ରୀ ଶ୍ରୀ ଲଡୁକେଶ୍ୱରଜୀଉ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟବନ୍ଦ ରଖି ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି। ଫଳରେ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି।ତେବେ ଦାବି ପୁରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ଯବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଠାରୁ ପ୍ରକାଶ।ସେହିପରି ଅନୁଦାନପ୍ରାପ୍ତ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟ,ପଠାଣି ସାମନ୍ତ ମହାବିଦ୍ୟାଳୟ ଓ କଣ୍ଟିଲୋସ୍ଥିତ ନୀଳମାଧବ ମହାବିଦ୍ୟାଳୟରେ କାର୍ଯ୍ୟରତ ଏହି ବର୍ଗର ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡିଛି। (ଫଟୋ ପଠାଇଛି)

Sidha Sambad
Author: Sidha Sambad

Leave a Comment

और पढ़ें