କାମ ନକରି ଫଲ୍ସବିଲ୍ ଉଠାଇଥିବା ପ୍ରସଙ୍ଗକୁ ଖଣ୍ଡନ କଲେ ବାଉଁଶବଣିଆ ସରପଞ୍ଚ।

👇समाचार सुनने के लिए यहां क्लिक करें

ନୀଳଗିରି -୨୬/୮ବାଉଁଶବଣିଆ ପଞ୍ଚାୟତରେ ମିଥ୍ୟାବିଲ୍ କରି ଟଙ୍କା ଆତ୍ମସାତ ଖବରପ୍ରକାଶକୁ ନେଇ ଗଭୀର ମର୍ମାହତ ହେବାସହିତ ଦୁଃଖପ୍ରକାଶ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ବାରିକ। ଆଜି ଏକ ସମ୍ବାଦଦାତା ସମ୍ମିଳନୀରେ ଏଭଳି ମିଥ୍ୟା ଖବରପ୍ରସାରଣକୁ ନିନ୍ଦାକରିବା ସହିତ ସତ୍ୟାସତ୍ୟ ଯାଞ୍ଚକରି ଖବର ପ୍ରକାଶକରିବା ପାଇଁ ଖବର ପ୍ରକାଶନ ସଂସ୍ଥାକୁ ଅନୁରୋଧ କରିଥିଲେ। ସୂଚନା ଅନୁଯାୟୀ ୨୦୨୧/୨୨ମସିହାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଔପଦା ପଞ୍ଚାୟତସମିତି ଆନୁକୁଲ୍ୟରେ ବାଉଁଶବଣିଆ ପଞ୍ଚାୟତର ରାଇପୁର ରାଜସ୍ବଗ୍ରାମ ଦେଇ ପିବ୍ଲ୍ୟୁଡ଼ି ରାସ୍ତାରୁ ବାଲିଓରା ଏଲ୍.ଆଇ ପଏଣ୍ଟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ୮ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ। ତଦନୁଯାୟୀ ରାଇପୁରର ଗ୍ରାମସାଥି ବିଜୟ କୁମାର ଗିରିଙ୍କ ନାମରେ ବିଡ଼ିଓ ଔପଦା କାର୍ଯ୍ୟାଦେଶ ଦେଇଥିଲେ। ତଦନୁଯାୟୀ ଉକ୍ତ ଗ୍ରାମର ୧୮ଜଣ ଶ୍ରମିକ କାର୍ଯ୍ୟକରିଥିବା ବେଳେ ୪ଲକ୍ଷ ୫୧ହଜାର ୩୫୧ଟଙ୍କା ବିଲ୍ ପୈଠ ହୋଇଥିବା ସୂଚନା ମିଳିଛି। ମାତ୍ର ଉକ୍ତ ରାସ୍ତାରେ ୪ଟି ପୋଲ,ମାଟି,ମୋରମ, ମେଟାଲ ଏବଂ ଶ୍ରମିକ ବାବଦକୁ ଉକ୍ତ ଟଙ୍କା ପୈଠ ହୋଇଥିବା ବେଳେ ଉକ୍ତ ପଞ୍ଚାୟତର ସମିତିସଭ୍ୟ ଶୁଭେନ୍ଦୁ ସ୍ୱାଇଁ ପଞ୍ଚାୟତ ସମିତିରେ କାମନହୋଇ ବିଲ୍ ଉଠାଯାଇଥିବା ଅଭିଯୋଗ କରିଥିବାରୁ ଗତ ଅଗଷ୍ଟ ୨୨ତାରିଖରେ”ସକାଳ” ନାମକ ଦୈନିକ ସମ୍ବାଦପତ୍ରରେ ଏଭଳି ଖବର ପ୍ରକାଶିତ ହୋଇଥିବାରୁ ଏହାକୁ ନିନ୍ଦା କରିବା ସହିତ ଏଭଳି ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସଂପୃକ୍ତ ଖବରକାଗଜ ସଂସ୍ଥାକୁ ସରପଞ୍ଚ ଶ୍ରୀଯୁକ୍ତ ବାରିକ ନିବେଦନ କରିଛନ୍ତି। ଏଥିସହିତ ଖବରକାଗଜରେ ପ୍ରକାଶିତ ଜୈନିକ ବ୍ୟକ୍ତିଙ୍କ ନାମ ଅଭିଯୋଗ ତାଲିକାରେ ଥିବାବେଳେ ଘଟଣା ସମ୍ପର୍କରେ ଅବଗତ ନଥିବା ଓଲଟା ଅଭିଯୋଗ କରିଥିଲେ।ଏତଦ୍ଭିନ୍ନ ସଂପୃକ୍ତ ସମିତିସଭ୍ୟ ନିଜର କେତେକ ଅନୈତିକ କାର୍ଯ୍ୟକୁ ଲୁଚାଇବା ପାଇଁ ଏଭଳି ମିଥ୍ୟା ଆରୋପ କରିଥିବା ଅଭିଯୋଗ କରିଛନ୍ତି। ଏହି ସମ୍ବାଦଦାତା ସମ୍ମିଳନୀରେ ନାୟବ ସରପଞ୍ଚ ସୁପ୍ରଭା ପ୍ରଧାନ, ୱାର୍ଡସଭ୍ୟ ରତିକାନ୍ତ ବିଶ୍ୱାଳ, ଗ୍ରାମସାଥି ବିଜୟ କୁମାର ଗିରି, କୁମୁଦିନୀ ପ୍ରଧାନ, ଦିଲ୍ଲୀପ ରାଉତ, ବାଲିଓରା ବିଦ୍ୟାଳୟର ପରିଚାଳନା କମିଟିର ଭାଇସ ଚେୟାରମେନ ରିତାରଣି ବେହେରା, ନିତ୍ୟାନନ୍ଦ ଲେଙ୍କା, ପ୍ରୀତିଲତା ପ୍ରଧାନ, ପ୍ରଭାସିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें