ସୋମ୍ଯାଶ୍ରୀ ବିଶି ଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ।

👇समाचार सुनने के लिए यहां क्लिक करें

ନୀଳଗିରି,୧୫/୭(ସିଧାସମ୍ବାଦ); ଔପଦା ବ୍ଲକ ଅନ୍ତର୍ଗତ କାଣ୍ଡଗରଡି ପଞ୍ଚାୟତ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ସୋମ୍ୟଶ୍ରୀ ବିଶି ଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ଆତ୍ମହତ୍ୟା ପରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟଣା ରେ ନିରପେକ୍ଷ ତଦନ୍ତ ଦାବି କରି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହେବା ସହ ଅମର ଆତ୍ମାର ସଦଗତି ନିମିତ୍ତ ନୀରବ ମହମବତୀ ଶୋଭାଯାତ୍ରା କାଣ୍ଡଗରଡି ପଞ୍ଚାୟତ କାର୍ଯ୍ୟାଳୟ ରୁ ବାହାରି ନିକଟସ୍ଥ ବଜାର ପର୍ଯ୍ୟନ୍ତ ହୋଇଛି | ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ରାଉତ,ବିଜେପି ପଞ୍ଚଲିଙ୍ଗେଶ୍ଵର ମଣ୍ଡଳ ସଭାପତି ଅନନ୍ତ ଗିରି,ବାବା ପଞ୍ଚଲିଙ୍ଗେଶ୍ଵର ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ,ବିଶ୍ଵରାମ ମିଶ୍ର ବଳରାମ ବିଶ୍ଵାଳ, ଜୟଦେବ ବେହେରା,ପ୍ରଭାକର ରାଜ, ବିଭୁ ମହାପାତ୍ର ସମେତ ପଞ୍ଚାୟତ ର ଓ୍ବାଡ ସଭ୍ୟ ସଭ୍ୟା ଏବଂ ୫୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ମାନେ ଯୋଗଦାନ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें