ଖଇରା ବ୍ଲକ କୁପାରୀ ଧୋବାଗଡିଆ ଠାରେ ବିପୁଳ ପରିମାଣରେ ମଦ ଜବତ

👇समाचार सुनने के लिए यहां क्लिक करें

। ଗତକାଲି ତ୧୨-୦୯-୨୫ରିଖ ବିଳମ୍ବିତ ରାତ୍ରୀ ପ୍ରାୟ ୧୧ଘଟିକାସମୟରେ କୁପାରୀ ରାନ୍ତାଲ ରାସ୍ତା ମଧ୍ୟରେ ଧୋବାଗଢ଼ିଆ ଡାକବଙ୍ଗଳl ପାର୍ଶ୍ୱରେ ଦୁଇଟି ହୋଟେଲରୂ ବିପୂଳପରିମାଣର ଖୁବ୍ ଦାମୀ ଦାମୀ ମଦ ଖାଇରା ପୋଲିସ ଜବତ କରିଛି। ଖଇରା ଥାନା ଅଧିକାରୀ ଶ୍ରୀ ଯୁକ୍ତ ସୁଚନ୍ଦ୍ର ମହାଳିକ କୋୖଣସି ସୂତ୍ରରୁ ଖବର ପାଇ,ଏଏସଆଇ ଶ୍ରୀ ଯୁକ୍ତ ରାଜେଶ ବଗୁଡାଇ,ଏଏସ ଆଇ ଶ୍ରୀ ଯୁକ୍ତ ସଂଜିବ କୁମାର ଖୁଣ୍ଟିଆ ଓ ଅନ୍ୟ କର୍ମ ଚାରୀମାନଙ୍କ ସହଯୋଗରେ ଅଚାନକ ଧୋବାଗଡିଆ ସ୍ଥିତ ଦୁଇଟି ହୋଟେଲ ଉପରେ ଚଢ଼ାଉ କରିଥିଲେ। ଫଳରେ ହୋଟେଲ ରିଦ୍ଧି ସିଦ୍ଧିର ମାଲିକ ସଂବୁ ନାଥ ରାଉତ ପିତା – ଚିନ୍ତା ମଣି ରାଉତ ଗ୍ରାମ କାନପୁର ଙ୍କ ସହିତ 23ଲିଟର 410ମିଲିଲିଟର ମଦ ଓ ହୋଟେଲ ସ୍ମରଣିକା ର ମାଲିକ ଚନ୍ଦନ ସେଠୀ ପିତା -ଗଜେନ୍ଦ୍ର ସେଠୀ ସହିତ 63ଲିଟର ମଦ ଜବତ କରି ୨୮୭/୨୮୮/୨୫ ମୂଳେ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें