ଟ୍ରାଫିକ୍ ସିଗନାଲ ଭାଙ୍ଗିବା, ଦ୍ରୁତ ଗତିରେ ଗାଡ଼ି ଚଲାଇବା, ହେଲମେଟ୍ ନ ପିନ୍ଧିବା କିମ୍ବା ଭୁଲ ପାର୍କିଂ ଭଳି ଟ୍ରାଫିକ୍ ନିୟମ ଉଲ୍ଲଂଘନ କାରଣରୁ ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇଥାଏ। ଅନେକ ସମୟରେ ଲୋକମାନେ ଘଟଣାସ୍ଥଳରେ ଜରିମାନା ଦେଇ ମାମଲା ସମାଧାନ କରନ୍ତି। ହେଲେ ଯେଉଁମାନଙ୍କର ଅନଲାଇନ ଚାଲାଣ ଏପର୍ଯ୍ୟନ୍ତ ପଡ଼ି ରହିଛି। ଏବେ ସେମାନଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। କାରଣ ଏବେ ଆପଣ ଚାହିଁଲେ ସେହି ବାରି ପଡ଼ିଥିବା ଚାଲାଣକୁ ସମ୍ପୁର୍ଣ୍ଣ ଛାଡ଼ କିମ୍ବା ହ୍ରାସ କରି ପାଇପାରିବେ।
ଯେଉଁଠାରେ ଆପଣଙ୍କ ଏହି ଚାଲାଣ ମାମଲାର ସମାଧାନ ପାଇ ପାରିବେ। ତେବେ ଏଥିପାଇଁ, ଆବେଦନକାରୀମାନଙ୍କୁ ପ୍ରଥମେ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମାଧ୍ୟମରେ ଏକ ଟୋକନ୍ ପାଇବାକୁ ପଡିବ। ଟୋକନ୍ ଏବଂ ନିଯୁକ୍ତି ପତ୍ର ବିନା ମାମଲା ଶୁଣାଣି କରାଯିବ ନାହିଁ।



