ବିଜେଡିକୁ ହରେଇବା ପାଇଁ ପାଣ୍ଡିଆନଙ୍କ ସବୁ ପ୍ଲାନ

👇समाचार सुनने के लिए यहां क्लिक करें

ପୁଣି ସୋସିଆଲ୍ ମିଡିଆରେ ବର୍ଷିଲେ ଶ୍ରୀମୟୀ। ପାଣ୍ଡିଆନଙ୍କୁ କଲେ ସିଧା ଟାର୍ଗେଟ। କହିଲେ ପାଣ୍ଡିଆନ ହେଉଛନ୍ତି କଳା କହ୍ନେଇ। ପୁଣି ସୋସିଆଲ୍ ମିଡିଆରେ ବର୍ଷିଲେ ଶ୍ରୀମୟୀ ମିଶ୍ର । ପୁଣି ନାଁ ନନେଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ । କହ୍ନେଇ ଓ ସନ୍ନ୍ୟାସୀ କହି ପରୋକ୍ଷରେ ଶ୍ରୀମୟୀ ମିଶ୍ର ଭିକେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କରିଛନ୍ତି । ନିଜ ପୋଷ୍ଟରେ ଶ୍ରୀୟମୀ କହିଛନ୍ତି, କର୍ମୀ ବସିଛନ୍ତି ଅନେଇ । ଦିଲ୍ଲୀରେ ଡିଲ୍‌ କରିଦେଲେ କହ୍ନେଇ । ଦଳ ପାଇଁ ସନ୍ନ୍ୟାସୀ ଶୁଭଙ୍କର ନୁହେଁ ଭୟଙ୍କର । କିଛି ମୁହୂର୍ତ୍ତ ଅପେକ୍ଷା କରନ୍ତୁ ବୁଝିଯିବେ ।ତେବେ ଜୟ ଢୋଲକିଆ ବିଜେପିରେ ସାମିଲ୍ ହେବା ଚର୍ଚ୍ଚା ମଧ୍ୟରେ ଶ୍ରୀମୟୀଙ୍କ ଏଭଳି ପୋଷ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ସେପଟେ ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ କୁଆଡ଼େ ବିଜେଡି ନୁହେଁ , ବରଂ କ୍ଷମତାସୀନ ବିଜେପି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆହୁରି ମଧ୍ୟ କୁହାଯାଉଛି ଯେ ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୀତି ବେଶ ସରଗରମ ହୋଇଛି। ତେବେ ଏଥି ପାଇଁ ଶ୍ରୀମୟୀ ଆଗରୁ ଏଭଳି ତେରଛା ବାଣ ମାରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରୁଛି। ତେବେ ଆଗକୁ ସମୟ କହିବ ଓଡିଶା ରାଜନୀତିରେ ସବୁ କଣ ଘଟୁଛି.

Sidha Sambad
Author: Sidha Sambad

Leave a Comment

और पढ़ें