ନୀଳଗିରି ଏନଏସି ରେ ସଫେଇ ଓ ପରିମଳ ରେ “ପ୍ରତ୍ୟୁଷ “ମହାଘୋଟଲା ନେଇଅଭିଯୋଗ ।
ନେତା ,ମନ୍ତ୍ରୀ ,ଅଧ୍ୟକ୍ଷ,କାଉନସିଲରଚୁପ ନେଇ ସାଧାରଣ ରେ ପ୍ରଶ୍ନବାଚୀ। ଡେଙ୍ଗୁ, ହଇଜା ଭଳି ମହାମାରୀ କୁ ଆମନ୍ତ୍ରଣ ।ମୁଖ୍ୟ କାର୍ପରଦାର ସାନିଟାରୀ ଇନ୍ସପେକ୍ଟର ଓ ସୁପ୍ରଭାଇଜର ସାନ୍ତୁନ ମଲ୍ଲିକ ଗିରଫ କେବେ? (ଫ)
ନୀଳଗିରି,୨୨
/୧୦(ସିଧାସମ୍ବାଦ):ନୀଳଗିରି ଏନଏସି ରେ “ପ୍ରତ୍ୟୁଷ” ସ୍ୱେଚ୍ଛାସେବୀ ସଂଘଠନ ସଫେଇ ଓ ପରିମଳ ଦାୟିତ୍ୱ ନେବା ଦିନ ଠାରୁ ଘୋଟାଲା କରି ଚାଲି ଥିଲେ ସୁଦ୍ଧା ସ୍ଥାନୀୟ
ନେତା ,ମନ୍ତ୍ରୀ ,ଅଧ୍ୟକ୍ଷ,କାଉନସିଲରଚୁପ ରହିବା ଘଟଣା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏପରି କି ଆଗକୁ ନୀଳଗିରି ଏନେସି ରେ ଡେଙ୍ଗୁ, ହଇଜା ଭଳି ମହାମାରୀ କୁ ଆମନ୍ତ୍ରଣ କରିବା ସାର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିଲା ବେଳେ ଦୁର୍ନୀତି ର ମୁଖ୍ୟ ସୁତ୍ର ଧର ସାନିଟାରୀ ଇନ୍ସପେକ୍ଟର ଓ ସୁପ୍ରଭାଇଜର ସାନ୍ତୁନ ଗିରଫ କେବେ ବୋଲି ସାଧାରଣ ରେ ଦାବୀ ହେଉଛି,ସୂଚନାଯୋଗ୍ୟ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଟି ୧୩ ଗୋଟି ୱାର୍ଡ କୁ ନେଇ ୧୯୮୪
ମସିହାରେ ଗଠିତ । ଏଥିରେ ପ୍ରାୟ ୧୬ହଜାର ରୁ ଅଧିକ ଲୋକମାନେ ବସବାସ କରନ୍ତି।ଉକ୍ତ ୱାର୍ଡ ମାନଙ୍କରେ ସଫେଇ କାର୍ଯ୍ୟ ସଠିକ ସମୟରେ କରାନଯାଇ କୁଢ଼ କୁଢ଼ ଅଳିଆ ରାସ୍ତାରେ ପଡ଼ି ରହିଥିବା ବେଳେ ଡ୍ରେନରେ ଅଳିଆ ଜମିରହି ଡ୍ରେନ ପାଣି ନିଷ୍କାସନରେ ସମସ୍ୟା ଉପୁଜିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି। ସଫେଇ ଓ ପରିମଳ ବ୍ୟବସ୍ଥାରେ ଭୁବନେଶ୍ୱର ଅଞ୍ଚଳ ର ଠିକାସଂସ୍ଥା ଭୁବନେଶ୍ୱର ଅଞ୍ଚଳ ର “ପ୍ରତ୍ୟୁଷ” ସ୍ୱେଚ୍ଛାସେବୀ ସଂଗଠନପ୍ରତିମସା ୯ ଲକ୍ଷରୁ ଉର୍ଦ୍ଧ ଟଙ୍କା ବିଲ ଉଠାଉଥିବା ବେଳେ ସଫେଇ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀ ଦୈନନ୍ଦିନ ସଠିକ ଭାବେ ଡ୍ୟୁଟି ନକରି ଦେହ ଛପା ଦେଇ କାମ କରୁଥିବା ମଧ୍ୟ ନେଇ ବିଭିନ୍ନ ୱାର୍ଡ ରୁ ଅଭିଯୋଗ ଆସିଛି । ୱାର୍ଡ ମାନଙ୍କରେ କୁଢ଼ କୁଢ଼ ଅଳିଆ ମାସ ମାସ ପଡିରହୁଥିବାରୁ ଅଞ୍ଚଳ ଦୁର୍ଗନ୍ଧ ରେ ଫାଟି ପଡୁଛି । ଏଭଳି ଅପରିଷ୍କାର ହେତୁ ଡେଙ୍ଗୁ, ମ୍ୟାଲେରିୟା ଭଳି ମହାମାରୀ ରୋଗ ବ୍ୟାପିବାର ସମ୍ଭାବନା କୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ଏନଏସି ପକ୍ଷରୁ ସଫେଇ ଓ ପରିମଳ ପରିଚାଳନାରେ ଦାୟିତ୍ୱ ରେ ଥିବା ସାନିଟାରୀ ଏକ୍ସପାଟ ଅଂଶୁମାନ ମହାନ୍ତି ଦାୟତ୍ୱ ରେ ଥିବା ବେଳେ ସମସ୍ତୱାର୍ଡ ଗୁଡ଼ିକ ରେ ସଠିକ ଭାବେ ସଫେଇ ହେଉଛି କି ନାହିଁ ତଦାରଖ କରୁନାହାଁନ୍ତି ।ଖୋଦ ଅଧ୍ୟକ୍ଷ ଙ୍କ ୱାର୍ଡ ୪ ନମ୍ବର, ୯ ନମ୍ବର,୮ନମ୍ବର,୧୨ନମ୍ବର ଓ ୩ ନମ୍ବର ୱାଡ଼ ଡ୍ରେନ , ରାସ୍ତାରେ ଏକ ସପ୍ତାହ ଧରି ଅଳିଆ ପଡିରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ସଫେଇ କରିଥିବା ଅଫିସରେ ଆସି ଅଭିଯୋଗ କଲା ପରେ ସଫେଇ ହେଉଛି । ଏପରି କି ନୀଳଗିରି ଏନେସିର ମେରୁଦଣ୍ଡକୁହାଯାଉଥିବା ଜଗନ୍ନାଥ ମନ୍ଦିର ରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୂର୍ବରୁ ରାତ୍ରି କାଳୀନସଫେଇ ହେଉନାହିଁ, କେବଳ ପର୍ବ ପର୍ବାଣି କୁ ଛାଡିଦେଲେ କାଁ ଭାଁ ବ୍ଲିଚିଂ ପାଉଡର ସବୁ ୱାର୍ଡ ରେ ପକାଯାଇ ଅନ୍ୟ ଦିନ ମାନଙ୍କରେ ଜମାରୁ ବ୍ଲିଚିଂ ବ୍ୟବହାର କରାଯାଉ ନଥିବା ଅଭିଯୋଗ ହୋଇଛି ।କିନ୍ତୁ ଦୁଃଖ ର କଥା ପ୍ରତ୍ୟୁଷ ସ୍ୱେଚ୍ଛାସେବୀ ପକ୍ଷରୁ ଆସିଥିବା ବାୟ ମେଟ୍ରିକ ଟି ଅଫିସ ନଲଗାଇ ଲୁଟିବା ପାଇଁ ନୀଳଗିରି ଅଞ୍ଚଳ ଯୁବକ ତଥା ପ୍ରତ୍ୟୁଷ ସଙ୍ଘଠନ ସୁପରଭାଇଜର ସାନ୍ତୁନ ମହାଳିକ ବ୍ୟାଗ ଧରି ଘୁରି ବୁଲିବା ଘଟଣା କେଉଁଠି ନାଁ କେଉଁଠି ଦୁର୍ନୀତି କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।ସାନ୍ତୁନୁ ଙ୍କ ଭିଣେଇ ବାଲେଶ୍ଵର ମ୍ୟୁନିସିପାଲଟି ର ସାନିଟାରୀ ଇନ୍ସପେକ୍ଟର ଅଛନ୍ତି।”ପ୍ରତ୍ୟୁଷ ” ବାଲେଶ୍ଵର ମ୍ୟୁନସିପାଲଟି ସହିତ ନୀଳଗିରି ଏନେସି ସଫେଇ ଦାୟିତ୍ୱ ନେଇଥିବାରୁ ଇନ୍ସପେକ୍ଟର ମହୋଦୟ କୁଆଡେ ଖେଳ କରୁଛନ୍ତି ବୋଲି ଏନଏସି ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି।ଏନେଇ ସ୍ଥାନୀୟ ନେତା, ମନ୍ତ୍ରୀ, ଅଧ୍ୟକ୍ଷ, କାଉନସିଲର ମାନେ ମୁହଁ ଖୋଲୁ ନଥିବା ଘଟଣା ନୀଳଗିରି ଏନେସି ବାସୀଙ୍କୁ ଆଶ୍ୱର୍ଯ୍ୟ କରିଛି।ଅପରପକ୍ଷରେ ସଫେଇ ଓ ପରିମଳ କାର୍ଯ୍ୟରେ ଠିକା ସଂସ୍ଥା ସହିତ ଅଫିସର ଙ୍କ ସଲା ସୁତୁରା ରେ ରାଧେ ରାଧେ ନୀତି ଚାଲିଛି ବୋଲି ଅଞ୍ଚଳବାସୀ ଙ୍କ ସହ ଏନେସି ର ପୂର୍ବତନ ଅଧ୍ୟକ୍ଷ କ୍ଷେତ୍ର ମୋହନ ସିଂ, ରାଧାଗୋବିନ୍ଦ ଖଟୁଆ ଅଭିଯୋଗ କରିବା ସହିତ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ପ୍ରତ୍ୟୁଷବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସୁପରଭାଇଜର ସାନ୍ତୁନ ଙ୍କୁ ଗିରଫପାଇଁ ଦାବୀ କରିଛନ୍ତି।ଘଟଣା ସମ୍ପର୍କରେ ସଫେଇ ଓ ପରିମଳ ପରିଚାଳନା ଦାଇତ୍ୱ ରେ ଥିବା ସାନିଟାରୀ ଏକ୍ସପାଟ ଅଂଶୁମାନ ମହାନ୍ତି ଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ
କହିଛନ୍ତି । ଘଟଣା ସମ୍ପର୍କରେ ଏନଏସି ନିର୍ବାହୀ ଅଧିକରୀ ଅଂଶୁମାନ ପରିଡ଼ା ଙ୍କୁ ପଚାରିବାରୁ ଅସୁବିଧା ଯଦି ହେଉଥାଏ ତେବେ ସଫେଇ ଏଜେନ୍ସି କୁ ନୋଟିସ କରାଯିବ ବୋଲି କହିଛନ୍ତି । ଦେଖି ବାକୁ ବାକି ରହିଲା ନେତା, ମନ୍ତ୍ରୀ, ଅଧ୍ୟକ୍ଷ, କାଉନସିଲର ଓ ଜନତା କେବେ ଅଭିଯୋଗ କରୁଛନ୍ତି, କେବେ ତଦନ୍ତ କରାଯାଇ ସେ ଅନୁଷ୍ଠାନ ବିରୋଧ ରେ କାର୍ଯ୍ୟ ନୁଷ୍ଠାନ ଗ୍ରହଣ ହେଉଛି ତାହାହିଁ ସମୟ କହିବ।






