ନୀଳଗିରି,୧୮/୧୦((ସିଧାସମ୍ବାଦ);
): ନୀଳଗିରିର କୁଲଡିହା ଅଭୟାରଣ୍ୟ ପାଦଦେଶରେ ବିଦ୍ୟୁତ ତାର ଖଞ୍ଜିବାରୁ ଯୋଗୁଁ ଗୋଟେ ଦନ୍ତାର ମୃତ୍ୟୁ ଘଟଣା ବନବିଭାଗ ର ଚିନ୍ତା ବଢାଇଛି। ଟ୍ରାନ୍ସଫର୍ମରରୁ କ୍ଷେତ ପର୍ଯ୍ୟନ୍ତ ନିଜେ ଜମି ମାଲିକ ଜଣକ ବିଦ୍ୟୁତ ସଂଯୋଗ କରିବାରୁ ଦନ୍ତାର ମୃତ୍ୟୁ ହୋଇଥିଲା।କିନ୍ତୁ ଉକ୍ତ କାର୍ଯ୍ୟ କରିବାକୁ ଖୋଦ ବନରକ୍ଷୀଙ୍କ କହିଥିଲା ବେଳେ ସେ ନେଇ ବନବିଭାଗ ମୁହଁ ଖୋଲୁ ନଥିବାରୁ ଯାହା ବନରକ୍ଷୀଙ୍କ ନିର୍ଦ୍ଦେଶ ବୋଲି ସୁଚାଉଛି । ଏହି ଘଟଣାରେ ବନବିଭାଗ ପକ୍ଷରୁ ଖୋଳତାଡ଼ କରିବା ପରେ ସବୁ ସତ୍ୟ ସାମ୍ନା କୁ ଆସିଛି। ହାତୀ ମୃତ୍ୟୁ ଘଟଣାରେ ଆରସିସିଏଫ ପ୍ରକାଶ ଚନ୍ଦ୍ର ଗଗନାନୀ, ବାଲେଶ୍ବର ଡିଏଫଓ ପ୍ରଫୁଲ୍ଲ ମଲ୍ଲିକ କୁଲଡିହା ରେଞ୍ଜ ଅଧିକାରୀ ସୁବ୍ରତ ବେହେରାଙ୍କ ସମେତ ବନପାଳ ହୃଷୀକେଶ ପ୍ରଧାନ ଓ ବନରକ୍ଷୀ ରାକେଶ ବାରିକଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରି କୁ ନେଇ ବନ ବିଭାଗ ର ସବୁ ଯୋଜନା ଫସର ପାଲଟିଛି ବୋଲି ଜଣେ ବନ କର୍ମଚାରୀ ନିଜ ନାମ କୁ ଗୋପନ ରଖି ସମ୍ବାଦ କହିଛି। ସୂଚନା ଯେ, ଗତ ୧୧ ତାରିଖରେ କୁଲଡିହା ଅଭୟାରଣ୍ୟର ପାଦଦେଶ ଗାଁ ଆମ୍ବଝର ନିକଟରେ ଥିବା ଏକ ବିଲରେ ମରି ପଡ଼ିଥିବା ଦନ୍ତାକୁ ଠାବ କରାଯାଇଥିଲା।ବିଦ୍ୟୁତ ଆଘାତ ଯୋଗୁଁ ୧୦ ତାରିଖ ରାତିରେ ହାତୀର ପ୍ରାଣହାନୀ ଘଟିଥିବା ଜଣାପଡ଼ିଥିଲା I ଉକ୍ତ ଘଟଣାରେ ଡିଏଫଓ ଶ୍ରୀଯୁକ୍ତ ମଲ୍ଲିକ, ଏସିଏଫଓ ତଟନୀ ସେଠୀ ପ୍ରମୁଖ ଘଟଣାସ୍ଥଳରେ ତଦନ୍ତ କରିବା ପରେ କୁଲଡିହା ରେଞ୍ଜ ଅଧିକାରୀ ଶ୍ରୀ ଯୁକ୍ତବେହେରା ଜମି ମାଲିକ ଗୁରୁବା ସିଂଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଜମିମାଲକ ଜଣକ ହାତୀ ଉପଦ୍ରବରୁ ମୁକ୍ତି ପାଇଁ ଏସବୁ କରିଥିବା ନେଇ ବନବିଭାଗ ଆଗରେ ସ୍ବୀକାର କରିବା କଥା କହୁଥିଲା ବେଳେ ବନବିଭାଗ ଜୋର ଜବରଦସ୍ତ ଗୁରୁବା ଉପରେ ଥାର୍ଡ ଡିଗ୍ରୀ ଦେଇ କୁହାକରିଥିବା ଅଭିଯୁକ୍ତ ସ୍ତ୍ରୀ ଅଭିଯୋଗ କରିଛି।ବନ ବିଭାଗ ବନରଖି କୁ ବଞ୍ଚା ଇବା ସହ ମୃତ୍ୟୁ ଘଟଣା କୁ ଲୁଚେଇବା ପାଇଁ ବନବିଭାଗ ଯୋଜନା ବଧ ଭାବେ ଅଭିଯୁକ୍ତ ଗୁରୁବା କୁ ଘଟଣାସ୍ଥଳ ନେଇ କିଭଳି ବିଦ୍ୟୁତ ସଂଯୋଗ କରିଥିଲା,ତାହାକୁ ପ୍ରଦର୍ଶନ କରିଥିଲା। ସେପଟେ ବନରକ୍ଷୀ ରାକେଶ ବାରିକଙ୍କ ନିର୍ଦ୍ଦେଶରେ ଏସବୁ କରିଥିବା ନେଇ ବୟାନ ଦେଇଥିବା ବେଳେ ବନ ବିଭାଗ କାହିଁକିବନରକ୍ଷୀ ରାକେଶ ବାରିକ ଙ୍କୁ ଗିରଫ କରାଯାଉ ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହା ପାଇଁ ଗୋଟେ ନିରୀହ ଜନ୍ତୁର ଜୀବନ ଚାଲି ଯାଇଛି। ବନବିଭାଗ ପକ୍ଷରୁ କେତେକ ବାଉଁଶ କୀଳା ଓ ଜିଆଇ ତାରକୁ ଜବତ କରାଯାଇଛି। ଜମି ମାଲିକ ଗୁରୁବାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହି ହାତୀ ମୃତ୍ୟୁ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ସରକାର ଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ପରିବେଶ ବିତ ସୁରେନ୍ଦ୍ର ସ ଗଣମାଧ୍ୟମ କୁ କହିଛନ୍ତି।ଘଟଣା ସମ୍ପର୍କରେ ସ୍ଥାନୀୟ ରେଞ୍ଜେର ସୁବ୍ରତ ବେହେରା ଓ ଡି ଏଫଓ ଯୋଗାଯୋଗ କରଥିଲେ ସୁଦ୍ଧା ଯୋଗା ଯୋଗ ସମ୍ଭବ ହୋଇନାହିଁ।






