ବୋଲଗଡ ମହୋତ୍ସବ ପ୍ରସ୍ତୁତି ବୈଠକ

👇समाचार सुनने के लिए यहां क्लिक करें

ବୋଲଗଡ ମହୋତ୍ସବ ପ୍ରସ୍ତୁତି ବୈଠକ
ବୋଲଗଡ (ସିଧା ସମ୍ବାଦ)ବୋଲଗଡ ମହୋତ୍ସବ ୨୨ତମ ସଂସ୍କରଣ ଆସନ୍ତା ଡିସେମ୍ବର ୨୬ତାରିଖରେ ଆରମ୍ଭ ହେବ. ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ମହୋତ୍ସବ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଛି. ସମ୍ପାଦକ ବୀର ଦାସ ବୈଠକର ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ପ୍ୟାରୀମୋହନ ଦାସ ବିଜେପି କୃଷକ ମୋର୍ଚା ରାଜ୍ୟ କୋଷାଧକ୍ଷ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ. ସବୁବର୍ଷ ଭଳି ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ କରାଯିବ ବୋଲି ଦୃଢ଼ ମତ ପ୍ରକାଶ ପାଇଥିଲା. ବିଧାୟକ ସମସ୍ତ ଦାୟିତ୍ୱ ସଠିକ ଭାବରେ ପରିଚାଳନା କରିବେ ବୋଲି ପ୍ରକାଶ କରିଥିଲେ. ମହୋତ୍ସବ ପରିଚାଳନା କମିଟିର ସମସ୍ତ ସଦସ୍ୟ ପାର୍ବତୀକାନ୍ତ ଚମ୍ପତ୍ତି ସନ୍ତୋଷ ପ୍ରଧାନ ସତ୍ୟପ୍ରିୟ ପରିଡା ଯୋଗଦେଇଥିଲେ. ପରିଶେଷରେ ସନାତନ ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ.

Sidha Sambad
Author: Sidha Sambad

Leave a Comment

और पढ़ें