ଇଟାମାଟି ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳନ।

👇समाचार सुनने के लिए यहां क्लिक करें

ଇଟାମାଟି(ସିଧା ସମ୍ବାଦ)ତା ୨୩.୧୨.୨୫ ରିଖ ମଙ୍ଗଳବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଇଟାମାଟି ଠାରେ ୩୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସାୱାର ଲାଲ ମୁଖ୍ୟବକ୍ତା ନୟାଗଡ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି ଯୋଗ ଦେଇଥିଲେ ।ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଇଟାମାଟି ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ନାୟକ,ସମ୍ପାଦକ ଡ଼ ରଙ୍ଗନାଥ ବେହେରା,ଯୁଗ୍ମ ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ରାଉତ, ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରକାଶ ଜୀବନ ପାଳ ମଞ୍ଚାସୀନ ହୋଇଥିଲେ ।ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାୱାର ଲାଲ ବିଦ୍ୟାଳୟର ସମଗ୍ର ବିକାଶ ହେବ ,ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକ ବ୍ୟବସ୍ଥା ସୁଦୃଢ଼ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି ଜାତୀୟ ଶିକ୍ଷାନୀତି ଅନୁଯାୟୀ ପଞ୍ଚପଦୀ ଆଧାର ଶିକ୍ଷା ସମ୍ପର୍କ ରେ ଆଲୋକପାତ କରାଇଥିଲେ।ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ଶ୍ରୀମତୀ ଟୁନି ଦେଇ ,ଶ୍ରୀମତୀ ଦେବାଶ୍ରିତା ପଟ୍ଟନାୟକ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ ପରିଚାଳନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ / ଅଭିଭାବିକା ଉପସ୍ଥିତ ଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें