ଏଥର ଟି-ଟ୍ୱେଣ୍ଟିରେ ନଜର ଆସିବେନି ଏହି ଖେଳାଳି

👇समाचार सुनने के लिए यहां क्लिक करें

ଏଥର ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କାର ମିଳିତ ଆୟୋଜନରେ ଖେଳାଯିବ। ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ମାତ୍ର ଦେଢ଼ ମାସ ସମୟ ବାକି ଅଛି । ଟିମ୍ ଇଣ୍ଡିଆ ଏଥର ମଧ୍ୟ ଟାଇଟଲର ବଡ଼ ଦାବିଦାର ରହିଛି । ଏହାର ପ୍ରମାଣ ହେଉଛି ଯେ, ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ୨୦ଟି ଦଳ ମଧ୍ୟରୁ ଭାରତ ସର୍ବପ୍ରଥମେ ନିଜର ସ୍କ୍ୱାଡ୍ ଘୋଷଣା କରିଛି । ଏଥର ଚାମ୍ପିଅନ୍‌ ହେବା ପାଇଁ ଯେଉଁ ଭାରତୀୟ ଦଳ ମୈଦାନକୁ ଓହ୍ଲାଇବ, ତାହା ଗତ ବିଶ୍ୱକପ୍ ତୁଳନାରେ ବେଶ୍ ଅଲଗା ଦେଖାଯିବ । ଏଥର ଦଳରେ ହୋଇଛି ୭ଟି ବଡ଼ ପରିବର୍ତ୍ତନ, ଯାହା ଟିମ୍ ଇଣ୍ଡିଆକୁ ଦେଇଛି ଏକ ନୂଆ ରୂପ

୨୦୨୪ ଏବଂ ୨୦୨୬ ବିଶ୍ୱକପ୍ ସ୍କ୍ୱାଡ୍ ମଧ୍ୟରେ ତୁଳନା କଲେ ଦେଖିବାକୁ ମିଳୁଛି ଯେ, ଗତ ବିଶ୍ୱକପ୍ ଖେଳିଥିବା ଭାରତୀୟ ଦଳରୁ ଏଥର ୭ ଜଣ ପ୍ରମୁଖ ଖେଳାଳି ବାଦ୍ ପଡ଼ିଛନ୍ତି । ସେମାନେ ଏଥର ବିଶ୍ୱକପ୍ ମୈଦାନରେ ନଜର ଆସିବେ ନାହିଁ । ଏହି ତାଲିକାରେ ସବୁଠାରୁ ବଡ଼ ନାମ ହେଉଛି ଦୁଇ କ୍ରିକେଟ୍ ମହାରଥୀ ତଥା ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ଜିତିବା ପରେ ଏହି ଦୁଇ ଷ୍ଟାର୍ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ତେଣୁ ଏଥର ସେମାନେ ଦଳରେ ନାହାନ୍ତି। ଏହାବ୍ୟତୀତ ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଗତ ବିଶ୍ୱକପ୍ ବିଜୟ ପରେ ଅବସର ଘୋଷଣା କରିଥିଲେ । ଏହି ତିନି ଅଭିଜ୍ଞ ଖେଳାଳିଙ୍କ ବିନା ଟିମ୍ ଇଣ୍ଡିଆ ଏଥର ଏକ ନୂଆ ରୂପରେ ବିଶ୍ୱକପ୍ ଟାଇଟଲ୍ ବଞ୍ଚାଇବାକୁ ଓହ୍ଲାଇବ।

ରୋହିତ-ବିରାଟଙ୍କ ପରେ ଏବେ ଆଉ ୪ ଜଣ ପ୍ରମୁଖ ଖେଳାଳିଙ୍କୁ ଦଳରୁ ବାଦ୍ ବା ‘ଡ୍ରପ୍’ କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଗରକର ଏଥର ଦଳରେ କଡ଼ା ନିଷ୍ପତ୍ତି ନେଇ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତ, ଫାଷ୍ଟ ବୋଲର ମହମ୍ମଦ ସିରାଜ, ଯୁବ ଓପନର୍ ଯଶସ୍ୱୀ ଜୟସ୍ୱାଲ ଏବଂ ସ୍ପିନର୍ ଚହଲଙ୍କୁ ବିଶ୍ୱକପ୍ ସ୍କ୍ୱାଡରୁ ବାଦ୍ ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯଶସ୍ୱୀ ଜୟସ୍ୱାଲଙ୍କୁ ଏଥର ସୁଯୋଗ ନ ମିଳିବା । ଏହି ୪ ଜଣଙ୍କ ମଧ୍ୟରୁ ଜୟସ୍ୱାଲ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇବା ପାଇଁ ସବୁଠାରୁ ବଡ଼ ଦାବିଦାର ଥିଲେ, ହେଲେ ଚୟନକର୍ତ୍ତାମାନେ ତାଙ୍କୁ ମଧ୍ୟ ଏଥର ଭରସା କରିନାହାନ୍ତି । ତେବେ ଏହି ପରିବର୍ତ୍ତନ ପରେ ନୂଆ ଚେହେରାଙ୍କୁ ନେଇ ଗଠିତ ଟିମ୍ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି, ତାହା ଦେଖିବାକୁ ବାକି ରହିଲା ।

Sidha Sambad
Author: Sidha Sambad

Leave a Comment

और पढ़ें