ବାପୁଜୀ ବିଦ୍ୟାପୀଠ ଢୋଲମରାର ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ୨୦୨୫। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରେ ଅବସ୍ଥିତ ବାପୁଜୀ ବିଦ୍ୟାପୀଠର ୧୯୯୧ ମାଟ୍ରିକ ବ୍ୟାଚ ମଇଂଶିବିନ୍ଧା ଗ୍ରାମ ନିକଟସ୍ଥ କର୍ପୁର ଝରଣା ଆଶ୍ରମ ପୀଠରେ ଢୋଲମରା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୮୮ ଓ ବାପୁଜୀ ବିଦ୍ୟାପୀଠର ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀ ଓ ସହପାଠିନୀଙ୍କ ବନ୍ଧୁମିଳନ ସହିତ ଗୁରୁପୂଜନ କାର୍ଯ୍ଯକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୫ ବର୍ଷ ପରେ ୪୧ ରୁ ଉର୍ଦ୍ଧ୍ବ ସହପାଠୀଙ୍କ ସପରିବାର ଓ ୨୫ରୁ ଉର୍ଦ୍ଧ୍ବ ପୂଜ୍ୟ ବରେଣ୍ୟ ଗୁରୁମାନଙ୍କ ସହ ମୋଟ ୧୫୦ ରୁ ଉର୍ଦ୍ଧ୍ବ ବନ୍ଧୁ କାର୍ଯ୍ଯକ୍ରମରେ ଯୋଗଦେଇ ନିଜ ନିଜ ମଧ୍ଯରେ ଭାବର ଆଦାନ ପ୍ରଦାନ କରିଥିଲେ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

👇समाचार सुनने के लिए यहां क्लिक करें

  1. ବାପୁଜୀ ବିଦ୍ୟାପୀଠ ଢୋଲମରାର ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ୨୦୨୫।

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମରେ ଅବସ୍ଥିତ ବାପୁଜୀ ବିଦ୍ୟାପୀଠର ୧୯୯୧ ମାଟ୍ରିକ ବ୍ୟାଚ ମଇଂଶିବିନ୍ଧା ଗ୍ରାମ ନିକଟସ୍ଥ କର୍ପୁର ଝରଣା ଆଶ୍ରମ ପୀଠରେ ଢୋଲମରା ମଧ୍ୟ ଇଂରାଜୀ ବିଦ୍ୟାଳୟର ୧୯୮୮ ଓ ବାପୁଜୀ ବିଦ୍ୟାପୀଠର ୧୯୯୧ ମାଟ୍ରିକ ବ୍ୟାଚ ସହପାଠୀ ଓ ସହପାଠିନୀଙ୍କ ବନ୍ଧୁମିଳନ ସହିତ ଗୁରୁପୂଜନ କାର୍ଯ୍ଯକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୫ ବର୍ଷ ପରେ ୪୧ ରୁ ଉର୍ଦ୍ଧ୍ବ ସହପାଠୀଙ୍କ ସପରିବାର ଓ ୨୫ରୁ ଉର୍ଦ୍ଧ୍ବ ପୂଜ୍ୟ ବରେଣ୍ୟ ଗୁରୁମାନଙ୍କ ସହ ମୋଟ ୧୫୦ ରୁ ଉର୍ଦ୍ଧ୍ବ ବନ୍ଧୁ କାର୍ଯ୍ଯକ୍ରମରେ ଯୋଗଦେଇ ନିଜ ନିଜ ମଧ୍ଯରେ ଭାବର ଆଦାନ ପ୍ରଦାନ କରିଥିଲେ।କାର୍ଯ୍ଯକ୍ରମର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂଜ୍ଯ ଗୁରୁ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ଉପହାର ପ୍ରଦାନ କରି ସହପାଠୀ ଓ ସହପାଠିନୀ ମାନେ ଭକ୍ତିପୂତ ପ୍ରଣାମ ଜଣାଇଥିଲେ।ବନ୍ଧୁମିଳନ କାର୍ଯ୍ଯକ୍ରମ ପରିଚାଳନାରେ ରତିରଞ୍ଜନ ସାହୁ ଓ ବସନ୍ତ କୁମାର ପଣ୍ଡାଙ୍କ ଅକ୍ଲାନ୍ତ ପରିଶ୍ରମରେ ତଥା ମାନସ କୁମାର ଦାସ,ପ୍ରଫୁଲ୍ଲ କୁମାର ସ୍ୱାଇଁ,ଅଜୟ କୁମାର ପଣ୍ଡା,ମନୋରଞ୍ଜନ ପଣ୍ଡା,ନିରଞ୍ଜନ ସାହୁ ସମେତ ଅନ୍ଯମାନେ ସକ୍ରୀୟ ଅଂଶ ଗ୍ରହଣ କରି ସଂପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥଲେ। ପରମପୂଜ୍ୟ ଗୁରୂମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ପଣ୍ଡା,ସିନିବାସ ପଣ୍ଡା ,ବସନ୍ତ କୁମାର ପଣ୍ଡା,ନବକିଶୋର ପାଣି,ସୁରେନ୍ଦ୍ର କୁମାର ପ୍ରଧାନ, ଦେବରାଜ୍ ସାହୁ,ତ୍ରିଲୋଚନ ସାହୁ,ନାରାୟଣ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ନାଏକ,ନମିତା ସାହୁ,କୈଳାସ ଚନ୍ଦ୍ର କରଣ,ସୁବାସ ଚନ୍ଦ୍ର ଜେନା,ସିପ୍ରା ମିଶ୍ର,ବିଷ୍ଣୁପ୍ରିୟା ସାହୁ,ବିନୋଦିନୀ ପ୍ରଧାନ, ଲକ୍ଷ୍ମୀଧର ଲେଙ୍କା, ଜ୍ୟୋତ୍ସ୍ନାରାଣୀ ପଣ୍ଡା, ଅଭିଜିତ୍ ପାଣିଗ୍ରାହୀ,ମାନଗୋବିନ୍ଦ ସ୍ବାଇଁ,ହରିହର ସାହୁ,ଜଗନ୍ନାଥ ନାଏକ ଉକ୍ତ ଗୁରୂପୁଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଆଶ୍ରିବଚନ ପ୍ରଦାନ ସହିତ ଏହା ଏକ ଗୁରୁଶିଷ୍ୟଙ୍କ ଅପୂର୍ବ ମିଳନ ବୋଲି ଗୁରୁ ମାନେ ମନ୍ତବ୍ୟ ରଖିଥିଲେ। ବନ୍ଧୁମିଳନ ଉତ୍ସବ ଅବସରରେ ସମସ୍ତ ବନ୍ଧୁ ନିଜ ନିଜର ପରିଚୟ ପ୍ରଦାନ କରି ପିଲାଦିନର ସ୍ମୃତିକୁ ମନେପକାଇ ପରସ୍ପର ଖୁସି ମନାଇଥିଲେ। ଏଇ ୨୦୨୫ ପୁରୁଣା ବର୍ଷକୁ ବିଦାୟ ଦେଇ ଆଗାମୀ ୨୦୨୬ ନୂତନ ବର୍ଷକୁ ସ୍ଵାଗତ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସନ୍ତୋଷ କୁମାର ସାହୁ ସମସ୍ତ ବନ୍ଧୁମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ପତ୍ରିକା ବଣ୍ଟନ କରିଥିଲେ। ଆଗାମୀ ବର୍ଷରେ ଉକ୍ତ ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ ସହ ମହା ଆଡ଼ମ୍ବରରେ ପାଳନ କରିବାପାଇଁ ଆୟୋଜିତ କାର୍ଯ୍ୟକ୍ରମର ବନ୍ଧୁମାନେ ନିଷ୍ପତି ନେଇଥିବା ସୂଚନା ଦେଇଛନ୍ତି।ପରିଶେଷରେ ସମସ୍ତେ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ ସେବନ କରି ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें