ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ପୁଣି ଏକ ବଡ଼ ପଦକ୍ଷେପ। ରାଜ୍ୟ ସରକାର ୪,୧୧୨ କୋଟି ଟଙ୍କାର ୨୩ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୧୦,୦୦୦ ରୁ ଅଧିକ ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ହେବ। ବିଶେଷ କରି ମାନୁଫ୍ୟାକଚରିଂ, ଟେକ୍ସଟାଇଲ୍ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ଏହି ପୁଞ୍ଜିନିବେଶ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ



