ଖଣ୍ଡପଡ଼ା ୧୧|୨ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧୀନ ସୁନାମୁହିଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସଂଲଗ୍ନ ବାମ ପାର୍ଶ୍ବସ୍ଥ କେନାଲ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉକ୍ତ ସ୍ଥାନରେ ଶିଳାନ୍ୟାସ କରିଥିଲେ। ଓଡିଶା ନିର୍ମାଣ ନିଗମ ଲିମିଟେଡର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ୧.୨୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବିଭାଗୀୟ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।ଶିଳାନ୍ୟାସ ଉତ୍ସବରେ ଖଣ୍ଡପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସେଠୀ, ଖଣ୍ଡପଡ଼ା ବ୍ଲକ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ,ଓଡିଶା ନିର୍ମାଣ ନିଗମର ଯନ୍ତ୍ରୀ ଉମେଶ ଚନ୍ଦ୍ର ବଳବନ୍ତରାୟ,ଏସଡିପିଓ ମଦନ ମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ସୁନାମୁହିଁ କେନାଲ ପାର୍ଶ୍ବରେ ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳବାସୀ ସୁବିଧାରେ ଯାତାୟାତ କରିପାରିବେ ବୋଲି ଜଣାପଡିଛି।



