ଖଣ୍ଡପଡ଼ା ୧୧|୨ (ସିଧା ସମ୍ବାଦ) ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଯାତାୟତ କରୁଥିବା
ହୋଇଥିବା ଜଣାପଡିଛି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ମଧ୍ଯ ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ,ପାହାଡ ଘେରା ଅଞ୍ଚଳରେ ବାସ କରୁଥିବା ସାରେଣ୍ତା,ସମ୍ବରବିନ୍ଧା,ରୁପାପଲ୍ଲୀ,କନ୍ଧ ନୂଆଗାଁ, ନୂଆପଲ୍ଲୀ,ପେଟାପଲ୍ଲୀ, ସାନ ଖଜୁରିଆ,ବଡ ଖଜୁରିଆ, ଟିକିରିବାରୀ,ବଡଝାର,କୁଟୁଣିଶିରା,ବୁଢିଝରି,ହରିହରପ୍ରସାଦ,କଣ୍ଟାବଣିଆ ଓ ଆଖପାଖ ଗ୍ରାମର ଜନସାଧାରଣ ମୋ ବସ ସେବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ରାଜ୍ଯ ସରକାର ଗ୍ରାମ୍ଯ ଉନ୍ନୟନ ବିଭାଗ ଜରିଆରେ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଉକ୍ତ ଗ୍ରାମ ଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ କାର୍ଯ୍ଯ ଶେଷ କରିଥିଲେ ହେଁ ଅଦ୍ୟାବଧି ଉକ୍ତ ରାସ୍ତାଦେଇ ମୋ ବସ ସେବା ଉପଲବ୍ଧ ନ ହେବା ପରିତାପର ବିଷୟ ଅଟେ।ଏଥିପ୍ରତି ଖଣ୍ଡପଡ଼ା ବ୍ଲକ ପ୍ରଶାସନ, ଜିଲ୍ଲାପ୍ରଶାସନ ଓ ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି।




