ପ୍ରଚଣ୍ଡ ଖରାରେସିଝୁଛି ବଡ଼ଦାଣ୍ଡ; ସେଡ୍ ନାହିଁ କି ପାଣି ନାହିଁ, ବେହୋସ୍ ହେଉଛନ୍ତି ଭକ୍ତ!

👇समाचार सुनने के लिए यहां क्लिक करें

  • ନାଟମଣ୍ଡପରେ ଅସମ୍ଭାଳ ଗୁଳୁଗୁଳି, ଦର୍ଶନ ପାଇଁ ଆସି ବାନ୍ତି କରୁଛନ୍ତି ଶ୍ରଦ୍ଧାଳୁ।

  • ପ୍ରଶ୍ନ: କେବେ ଲାଗିବ ଏସି? ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବି ପ୍ରବଳ ଖରାରେ ହନ୍ତସନ୍ତ ଜଗନ୍ନାଥ ପ୍ରେମୀ।

  • ରବିବାର ଛୁଟିଦିନରେ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍। କିନ୍ତୁ ପ୍ରଚଣ୍ଡ ଖରାରୁ ରକ୍ଷା ପାଇଁ ନା ଅଛି ସେଡ୍, ନା ଅଛି ପର୍ଯ୍ୟାପ୍ତ ଜଳ ସିଞ୍ଚନର ବ୍ୟବସ୍ଥା। ଖାଲି ପାଦରେ ପିଚୁ ଉପରେ ଚାଲି ଚାଲି ଅନେକ ଭକ୍ତ ବେହୋସ୍ ହୋଇପଡ଼ୁଛନ୍ତି। ନାଟମଣ୍ଡପରେ ଗୁଳୁଗୁଳି ଏଭଳି ଯେ ଶ୍ରଦ୍ଧାଳୁମାନେ ବାନ୍ତି କରୁଛନ୍ତି, ଯାହାଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ପ୍ରଭାବିତ ହେଉଛି।
Sidha Sambad
Author: Sidha Sambad

Leave a Comment

और पढ़ें