ଜାତିରୁ ବାସନ୍ଦ ହେଲେ ପୂର୍ବତନ ବିଧାୟକ: ଝିଅର ନିର୍ବନ୍ଧ ପଡ଼ିଲା ମହଙ୍ଗା!

👇समाचार सुनने के लिए यहां क्लिक करें

 ଏକ ବଡ଼ ଖବର ସାମ୍ନାକୁ ଆସୁଛି ନବରଙ୍ଗପୁର ଜିଲ୍ଲାରୁ। ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀଙ୍କୁ ନିଜ ଜାତିରୁ ବାସନ୍ଦ କରାଯାଇଛି। ଝିଅର ନିର୍ବନ୍ଧ ପାଇଁ ସମାଜର କଟକଣାର ସାମ୍ନା କରିଛନ୍ତି ପୂର୍ବତନ ବିଧାୟକ।

ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ନିଜ ଝିଅର ନିର୍ବନ୍ଧ ଅନ୍ୟ ଏକ ଜାତିର ଯୁବକଙ୍କ ସହ କରିଛନ୍ତି।

ଅଖିଳ ଭାରତୀୟ ଭତରା ପରିଷଦର କହିବା କଥା ଯେ, ଶ୍ରୀ ପ୍ରଧାନୀ ସମାଜର ନିୟମ ଉଲ୍ଲଂଘନ କରିଛନ୍ତି। ଭିନ୍ନ ଜାତିରେ ବିବାହ ପ୍ରସ୍ତାବକୁ ସମାଜ ଗ୍ରହଣ କରିନାହିଁ।

 ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ ସ୍ପଷ୍ଟ କରିଛନ୍ତି ଯେ, ବିଧାୟକଙ୍କ ପରିବାରର କୌଣସି ଭଲମନ୍ଦ କାର୍ଯ୍ୟରେ ଭତରା ସମାଜ ଆଉ ସାମିଲ ହେବ ନାହିଁ। ପରିବାରକୁ ସମ୍ପୂର୍ଣ୍ଣ ଭାବେ ବାସନ୍ଦ କରାଯାଇଛି।

ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ପୂର୍ବତନ ବିଧାୟକଙ୍କ ପ୍ରତି ସମାଜର ଏଭଳି ନିଷ୍ପତ୍ତିକୁ ନେଇ ସାଧାରଣରେ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଛି।

Sidha Sambad
Author: Sidha Sambad

Leave a Comment

और पढ़ें