ବାଲେଶ୍ୱର ରାଜନୀତିରେ ବଡ଼ ଓଲଟପାଲଟ: ପୁଣି ବିଜେଡିକୁ ଫେରୁଛନ୍ତି ରଘୁ ମହାନ୍ତି ଓ ଜୀବନ ପ୍ରଦୀପ ଦାଶ!

👇समाचार सुनने के लिए यहां क्लिक करें

ଓଡ଼ିଶା ରାଜନୀତିରେ ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ଦିନର ବ୍ୟବଧାନ ପରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ପୁଣିଥରେ ବିଜୁ ଜନତା ଦଳ (ବିଜେଡି)କୁ ଫେରିବା ନେଇ ଚର୍ଚ୍ଚା ଏବେ ଶୀର୍ଷରେ ପହଞ୍ଚିଛି। ସୂଚନା ଅନୁଯାୟୀ, ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ନବୀନ ନିବାସରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରଭାବଶାଳୀ ନେତା ଆନୁଷ୍ଠାନିକ ଭାବେ ଶଙ୍ଖ ଧରିପାରନ୍ତି।

ବାଲେଶ୍ୱରର ରାଜନୈତିକ ସମୀକରଣରେ ଏବେ ଦ୍ରୁତ ପରିବର୍ତ୍ତନ ହେଉଛି। ନିକଟରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ, ଅନ୍ୟପଟେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏଭଳି ସ୍ଥିତିରେ ବାଲେଶ୍ୱରରେ ନିଜର ସଂଗଠନକୁ ପୁନର୍ଜୀବିତ କରିବା ପାଇଁ ବିଜେଡି ଏହି ଦୁଇ ପୁରୁଣା ଦିଗଗଜଙ୍କୁ ଦଳକୁ ଫେରାଇ ଆଣୁଥିବା କୁହାଯାଉଛି।

ରଘୁନାଥ ମହାନ୍ତି: ୫ ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡ଼ି ବିଜେପିକୁ ଯାଇଥିଲେ। ତେବେ ନିକଟରେ ସେ ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ଘରବାହୁଡ଼ା ଏକ ପ୍ରକାର ନିଶ୍ଚିତ ହୋଇଛି।

ଜୀବନ ପ୍ରଦୀପ ଦାଶ: ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ମଧ୍ୟ ନିକଟରେ ବିଜେପିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ବାଲେଶ୍ୱର ସଦରରେ ବିଜେଡି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

Sidha Sambad
Author: Sidha Sambad

Leave a Comment

और पढ़ें