ଜନଗଣନା ପାଇଁ ଆସିଲା କଡ଼ା ନିୟମ: ବାଧା ଦେଲେ ୩ ବର୍ଷ ଜେଲ୍! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ନୂଆ SOP?

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ): ୨୦୨୭ ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଏଥିପାଇଁ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଏସ୍‌ଓପି (SOP) ବା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ବିଶେଷ କରି ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ସୁରକ୍ଷାକୁ ଏଥିରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ଏନେଇ ସମସ୍ତ ଜିଲ୍ଲାପାଳ, ଏସ୍‌ପି ଏବଂ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

  • : କ୍ଷେତ୍ର ପରିଦର୍ଶନ ସମୟରେ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକମାନେ ସର୍ବଦା ସରକାରୀ ପରିଚୟ ପତ୍ର (Identity Card) ପିନ୍ଧିବା ଜରୁରୀ। ଏହାସହ ନିଯୁକ୍ତି ପତ୍ର ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି।

  • ଯଦି କୌଣସି ସ୍ଥାନରେ କର୍ମଚାରୀଙ୍କୁ ଧମକ କିମ୍ବା ବାଧା ଦିଆଯାଏ, ତେବେ ତୁରନ୍ତ ସେହି ସ୍ଥାନ ଛାଡ଼ିବାକୁ କୁହାଯାଇଛି। ପରବର୍ତ୍ତୀ ସମୟରେ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ସେମାନେ ପୁଣି କାମ କରିବେ।

ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଜନଗଣନା କର୍ମଚାରୀଙ୍କ ସହ ଜଣେ ପୁଲିସ୍ କର୍ମଚାରୀ ମଧ୍ୟ ରହିବେ। ଏହା ବ୍ୟତୀତ ସ୍ଥାନୀୟ ମୁରବୀ ବା ଭଦ୍ରବ୍ୟକ୍ତିଙ୍କ ସହଯୋଗ ନେଇ ଗଣନା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ଅଞ୍ଚଳର ଥାନା ଅଧିକାରୀଙ୍କୁ ମଧ୍ୟ କର୍ମଚାରୀଙ୍କ ଯୋଗାଯୋଗ ବିବରଣୀ ପ୍ରଦାନ କରାଯିବ।

ଜନଗଣନା କାର୍ଯ୍ୟରେ ଅସହଯୋଗ କଲେ କିମ୍ବା ବାଧା ସୃଷ୍ଟି କଲେ ୧୯୪୮ ଜନଗଣନା ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

  1. ଦୋଷୀ ସାବ୍ୟସ୍ତ ହେଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ।

  2. ଅପରାଧର ଗୁରୁତ୍ୱ ଅନୁସାରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ।

Loading Viewer...

 ସଠିକ୍ ଜନଗଣନା ଦେଶ ଓ ରାଜ୍ୟର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ତେଣୁ ସରକାରୀ ଅଧିକାରୀଙ୍କୁ ସହଯୋଗ କରିବା ସହ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି।

Sidha Sambad
Author: Sidha Sambad

Leave a Comment

और पढ़ें