କେବେଠାରୁ ହେବ ଖରା ଛୁଟି? ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲା ପ୍ରସ୍ତାବ, ଦିନେ ଦୁଇ ଦିନରେ ଆସିପାରେ ବଡ଼ ଘୋଷଣା!

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ): ରାଜ୍ୟରେ ଦିନକୁ ଦିନ ପାରଦ ବଢ଼ିବାରେ ଲାଗିଛି। ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ। ଏହାରି ଭିତରେ ଗ୍ରୀଷ୍ମକାଳୀନ ଛୁଟି ବା ଖରା ଛୁଟିକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ସ୍କୁଲ ଛୁଟି ନେଇ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।ଆଜି ରାଜସ୍ୱ ବିଭାଗ ଏବଂ ଗଣଶିକ୍ଷା ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କେବେଠାରୁ ସ୍କୁଲ ଛୁଟି କରାଯିବ, ସେ ନେଇ ବିସ୍ତୃତ ସମୀକ୍ଷା କରାଯାଇଛି। ଆଲୋଚନା ପରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି। ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି।”ଯଦି ଖରା ପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ କରାଯାଏ, ତେବେ କୋମଳମତି ଶିଶୁମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ କିଭଳି ସେମାନଙ୍କ ପାଖରେ ପହଞ୍ଚିବ, ସେ ନେଇ ମଧ୍ୟ ସରକାରୀ ସ୍ତରରେ ବ୍ୟବସ୍ଥା କରାଯିବ। ଅଙ୍ଗନବାଡି ବନ୍ଦ ହେଲେ ମଧ୍ୟ ପିଲାମାନେ ନିଜ ପ୍ରାପ୍ୟ ଖାଦ୍ୟରୁ ବଞ୍ଚିତ ହେବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें