ବାଲେଶ୍ୱର (ସିଧା ସମ୍ବାଦ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ବଢୁଥିବା ତାପମାତ୍ରା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି।
ନୂଆ ସମୟ: ସକାଳ ୬:୩୦ ରୁ ୯:୦୦ ଟା।
-
ଏହି ନିର୍ଦ୍ଦେଶ ଆଜି ଅର୍ଥାତ୍ ୨୧.୦୪.୨୦୨୬ ରୁ ତୁରନ୍ତ ଲାଗୁ ହେବ।
-
ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ଘରୋଇ ସ୍କୁଲ ଗୁଡ଼ିକ ପାଇଁ ଏହି ନିୟମ ବାଧ୍ୟତାମୂଳକ।
ଖରା ଦାଉରୁ କୋମଳମତି ଶିଶୁଙ୍କୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ୯ଟା ପରେ ଖରାର ପ୍ରକୋପ ବଢୁଥିବାରୁ, ସେହି ସମୟ ପୂର୍ବରୁ ସ୍କୁଲ ଛୁଟି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।






