ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ।

👇समाचार सुनने के लिए यहां क्लिक करें

ନୀଳଗିରିରେ ମିତ୍ରପୁର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ନୀଳଗିରି, ତା ୭।୫(ସିଧାସମ୍ବାଦ); ନୀଳଗିରି ରାଜବାଟୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଗତ ଦୁଇ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଚାଲିଥିବା ମିତ୍ରପୁର ସଂକୁଳର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଗତକାଲି ଉଦଯାପିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମିତ୍ରପୁର ସଂକୁଳର ୧୧ ବିଦ୍ୟାଳୟର ଦୁଇଶହ ଆଚାର୍ଯ୍ୟ, ଆଚାର୍ଯ୍ୟା ଭାଗ ନେଇଥିଲେ। ପ୍ରଶିକ୍ଷକ ଭାବେ ରେମୁଣା ସାରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ବାରିକ, ବାଲିଆ ସାରସ୍ବତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ମହାନ୍ତି,
ସନ୍ତରାଗଡ଼ିଆ ସାରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ତଥା ମିତ୍ରପୁର ସଂକୁଳର ସଂକୁଳ ପ୍ରମୁଖ କମଳାକାନ୍ତ ମିଶ୍ର, ଶାରୀରିକ ଯୋଗ ପ୍ରଶିକ୍ଷକ ତଥା ନୀଳଗିରି ସାରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଆଚାର୍ଯ୍ୟ ରବୀନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ । ଦୁଇ ତାରିଖ ସନ୍ଧ୍ୟାରେ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନୁଷ୍ଠାନିକ ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୟୋଳନ କରି ଶୁଭ ଉଦ୍ଘାଟନ କରିଥିଲେ। ପରେ ଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି(ଏନଇପି)-୨୦୨୦ ରେ ନୂତନ ପାଠ୍ୟ ଯୋଜନା ରେ ସ୍ଥାନିତ ବିଷୟ ବସ୍ତୁ ଉପରେ ବିଶେଷ ଆଲୋକ ପାତ କରିବା ସହିତ ଗୁରୁଜୀ ଗୁରୁମା ମାନେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ ବେଳେ ଉପଯୋଗ କରିବାକୁ ଆଶାବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ସମାଜସେବୀ ଚନ୍ଦ୍ରବିନ୍ଦୁ ଦାସ, ନୀଳଗିରି ରାଜବାଟି ର ବଂଶାନୁକ୍ରମିକ ରାଣୀ ମନୋଜା ମଞ୍ଜରୀ ଦେଵୀ ଯୋଗଦେଇ ଉପସ୍ଥିତ ଗୁରୁଜୀ ଗୁରୁମା ମାନଙ୍କୁ ପ୍ରେରଣା ଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବାଲେଶ୍ୱର ବିଭାଗୀୟ ନିରୀକ୍ଷକ ବିଜୟ କୁମାର ଜେନା ଓ ସମ୍ଭାର ବିଭୁତିଭୂଷଣ ପାଇକରାୟ ଯୋଗଦେଇ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ତିମ ଦିବସରେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ନୀଳଗିରି ଏନଏସି ଅଧ୍ୟକ୍ଷ ମହେନ୍ଦ୍ରବାଥ ବେହେରା ଓ ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ, ସମ୍ପାଦକ ପ୍ରଦୀପ କୁମାର ବେହେରା, ସହକାରୀ ଗୁରୁଜୀ, ଗୁରୁମା ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें