ଗତକାଲି (ସୋମବାର) ଦେବାଶିଷ ସାମନ୍ତରାୟ ବିଜେଡିର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ଚିଠିରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଆବେଗଭରା କଥା ଉଲ୍ଲେଖ କରିଥିଲେ।
ଦେବାଶିଷ ନିଜ ଚିଠିରେ ଲେଖିଥିଲେ ଯେ, ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନିକଟରେ ସଦା ସର୍ବଦା ଋଣୀ ରହିବେ। ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ସୁଯୋଗ ଦେଇଥିବାରୁ ସେ ନବୀନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।“ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ଅପମାନିତ କରାଯାଉଛି…” ତେବେ ଦଳ ପ୍ରତି କ୍ଷୋଭ ପ୍ରକାଶ କରି ସେ ଚିଠିରେ ଲେଖିଥିଲେ, “ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷବର୍ଷ ଧରି ଅତ୍ୟନ୍ତ ଦୃଢ଼ତାର ସହିତ କାମ କରିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ ପଦ୍ଧତିଗତ ଭାବରେ ଅପମାନିତ କରାଯାଉଛି ଏବଂ ଦଳକୁ ମୋ ସେବାର ଆବଶ୍ୟକତା ନାହିଁ। ତେଣୁ, ଜନସ୍ୱାର୍ଥ ପାଇଁ ମୁଁ ଏହି କଠିନ ନିଷ୍ପତ୍ତି ନେଇଛି।”
ଦେବାଶିଷ ସାମନ୍ତରାୟଙ୍କ ଭଳି ଜଣେ ସଂଗଠକ ତଥା ପୂର୍ବତନ ସାଂସଦ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ, ବିଶେଷ କରି ଅବିଭକ୍ତ କଟକ ଜିଲ୍ଲା ଏବଂ ଉପକୂଳ ଓଡ଼ିଶା ରାଜନୀତିରେ ଏହାର ବଡ଼ ପ୍ରଭାବ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି। ବିଜେପି ଏହା ଦ୍ୱାରା ନିଜର ସଂଗଠନକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।
https://youtu.be/yri85Q2Yfn4?si=p6U8tF6969-PO557




