ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ଏବେ ମୌସୁମୀ ବର୍ଷା ଉପରେ। ତେବେ ପାଣିପାଗକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ କୌଣସବି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅର୍ଥାତ୍, ବର୍ତ୍ତମାନ ଯେଉଁଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି, ତାହା ଆଗକୁ ମଧ୍ୟ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଆସନ୍ତା ଜୁନ୍ ୪ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁପାରେ ବୋଲି ଆକଳନ କରାଯାଇଛି। କେରଳରେ ମୌସୁମୀ ପ୍ରବେଶ କରିବା ପରେ ହିଁ ଓଡ଼ିଶାକୁ ଏହାର ଆଗମନ ନେଇ ଚିତ୍ର ସ୍ପଷ୍ଟ ହେବ। କିନ୍ତୁ ସେପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ ଏହି ତାତି ଏବଂ ଗୁଳୁଗୁଳି ସହିବାକୁ ପଡ଼ିବ। ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ଝାଞ୍ଜି ପବନ ସହ ଗରମ ବେହାଲ୍ କରିବ।
ତେବେ ମୌସୁମୀ ଆସିବା ପୂର୍ବରୁ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ, କିନ୍ତୁ ଦିନର ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ପାଣିପାଗର ପ୍ରତିଟି ଅପଡେଟ୍ ସବୁଠୁ ଆଗେ ପାଇବା ପାଇଁ ସିଧା ସମବାଦକୁ ଲାଇକ୍, ଶେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।



