ଖଣ୍ଡପଡ଼ା ୨୭|୫ (ସିଧା ସମ୍ବାଦ) ଖଣ୍ଡପଡ଼ା ଓ ଭାପୁର ବ୍ଲକ ଅଞ୍ଚଳବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯାତାୟତ ନିମନ୍ତେ ୩ ଟି ମୁଖ୍ୟମନ୍ତ୍ରୀ ବସ ସେବା ବୁଧବାର ଠାରୁ ଆରମ୍ଭ ହୋଇଛି।ଭାପୁର ଠାରେ ପୂଜାର୍ଚ୍ଚନା ପରେ ପତାକା ଦେଖାଇ ପ୍ରଥମେ ଖଣ୍ଡପଡ଼ା ବିଧାୟକ ଇଂ.ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟମନ୍ତ୍ରୀ ବସ ସେବାର ଶୁଭାରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅପରାହ୍ନରେ ଖଣ୍ଡପଡ଼ା ଠାରେ ବସ ସେବାର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି। ଏ ଅବସରରେ ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀଙ୍କ ସମେତ ପଞ୍ଚାୟତ ଲୋକପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ଯମନ୍ତ୍ରୀ ବସ ସେବା ଦ୍ବାରା ଜଗନ୍ନାଥପ୍ରସାଦ,ଗଡିଆସାହି,ସିଂଘାପଡା ପଞ୍ଚାୟତ ସମେତ ଭାପୁର ବ୍ଲକର ବାଘୁଆପଲ୍ଲୀ,ବାଇଗୁଣିଆ ସମେତ ଏକାଧିକ ପଞ୍ଚାୟତର ବାସିନ୍ଦା ବିଶେଷ ଉପକୃତ ହେବେ ବୋଲି ଜଣାପଡିଛି। ଗ୍ରାମାଞ୍ଚଳକୁ ଯାତାୟତ ନିମନ୍ତେ ଏହି ମୁଖ୍ୟମନ୍ତ୍ରୀ ବସ ସେବା ବେଶ ସହାୟକ ହେବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି।(ଫଟୋ ପଠାଇଛି)






